ଲାଞ୍ଚ ନେବା ବେଳେ ପ୍ରଧାନଶିକ୍ଷକଙ୍କୁ ଧରିଲା ଭିଜିଲାନ୍ସ

ବାଲିପାଟଣା: ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ। ଲାଞ୍ଚ ନେବା ବେଳେ ରେଡ ହ୍ୟାଣ୍ଡ ଧରିଲା ଭିଜିଲାନ୍ସ । ମଧ୍ୟାହ୍ନ ଭୋଜନ ବିଲ୍ ପାସ କରିବା ପାଇଁ ଲାଞ୍ଚ ନେବା ବେଳେ ବାଲିପାଟଣା ଥାନା ଗୁଆପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସେଖ ରିଆଜ ଅଲ୍ଲୀଙ୍କୁ ଧରିଛି ଭିଜିଲାନ୍ସ ।

ସୂଚନା ମୁତାବକ, ମଧ୍ୟାହ୍ନ ଭୋଜନ ବିଲ୍ ପାସ କରିବା ପାଇଁ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ଅଭିଯୋଗକାରୀଙ୍କୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ରିଆଜ । ଏ ନେଇ ଭିଜିଲାନ୍ସରେ ଅଭିଯୋଗ ପରେ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାଇ ସେଖ ରିଆଜ ୧୫ ହଜାର ଟଙ୍କା ନେଇଥିଲେ । ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ଭିଜିଲାନ୍ସ କର୍ମଚାରୀ ରିଆଜଙ୍କୁ ମାଡି ବସିଥିଲେ। ଏହା ପରେ ଭିଜିଲାନ୍ସର ଏକ ଟିମ ସେଖ ରିଆଜଙ୍କ ମଝିହରା ବାସଭବନରେ ଚଢାଉ କରିଛି। ଏହି ସମୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜକୁ ଟିମ୍ ତନ୍ନ ତନ୍ନ ଯାଞ୍ଚ କରୁଛି |

ad-week
Leave A Reply

Your email address will not be published.