ବିବାଦୀୟ ଓ ବେଆଇନ କେନ୍ଦୁପଦର ବାଲି ଘାଟ ପୁଣି କାହା ଆଶ୍ରିବାଦ ରେ ଚାଲିଲା..??

ପୋଲିସ ପକ୍ଷରୁ ଚଢ଼ାଉ ୩ ହାଇୱା
ଜବତ…..!

ପୋଲିସ ପକ୍ଷରୁ ଘନ ଘନ ଚଢ଼ାଉ ସତ୍ତ୍ୱେ ଚୋରୀ ହେଉଛି ବାଲି ଖଣି ଏବଂ ରାଜସ୍ବ ବିଭାଗ ବଟି ନେଇ ଚେଇଁ ସୋଇଛି …..!


ବ୍ରହ୍ମପୁର : ଆସିକା କେନ୍ଦୁପଦର ବେଆଇନ ତଥା ବିବାଦୀୟ ବାଲି ଘାଟ ଉପରେ ଭଞ୍ଜନଗର ଉପଜିଲ୍ଲା ପାଳଙ୍କ ପକ୍ଷରୁ ଦୁଇ ଦୁଇ ଥର ୧୪୪ ଧାରା ଲଗାଯାଇଥିଲା । ଏକ ସପ୍ତାହ ହେଲା ବାଲି ମାଫିଆ ମାନେ ଜୋର ଜବରଦସ୍ତ ଉକ୍ତ ବେଆଇନ ବାଲି ଘାଟରୁ ବାଲି ଚୋରା ଚାଲାଣ କରୁଛନ୍ତି। ରବିବାର ରାତ୍ରରେ ଆସିକା ଥାନା ଅଧିକାରୀ ଅଚାନକ ଚଢ଼ାଉ କରି ତିନୋଟି ହାଇୱା ଜବତ କରିବା ଶହ ଉକ୍ତ ଗାଡି ମାଲିକଙ୍କ ନାମରେ ମାମଲା ରୁଜୁ କରିଥିବା ପୋଲିସ ପ୍ରକାଶ କରିଛି। ବେଆଇନ ବାଲି ଘାଟ କେଉଁ ଅଦୃଶ୍ୟ ଶକ୍ତିର ଚାପ ରେ ବାଲି ମାଫିଆ ମାନଙ୍କୁ ଆଶୀର୍ବାଦ ମିଳିବା ପରେ ଉକ୍ତ ବିବାଦୀୟ ବାଲି ଘାଟ ପୁଣି ଆରମ୍ଭ ହୋଇଛି। ଖଣି ବିଭାଗ ଚୁପଚାପ ରହିବା ଯୋଗୁଁ ବାଲି ମାଫିଆ ମାନଙ୍କ ଆତଙ୍କ ରାଜ ଦିନକୁ ଦିନ ବଢ଼ିବାରେ ଲାଗିଛି। ସରକାରଙ୍କ ପକ୍ଷରୁ ଅକ୍ଟୋବର ମାସ ୧୫ ପର୍ଯ୍ୟନ୍ତ ନଦୀ ଗର୍ଭରୁ ବାଲି ଉଠାଣ ଉପରେ ରୋକ ଲଗାଯାଇଛି। ସରକାରୀ କଟକଣା କୁ ଫୁ କରି ବାଲି ମାଫିଆ ମାନେ ବାଲି ଉତ୍ତୋଳନ କରୁଛନ୍ତି। ବାଲି ଘାଟ କୁ ନେଇ ଆଗାମୀ ଦିନରେ ମୁଣ୍ଡ ଗଡ଼ିବା ସମ୍ଭାବନା କୁ ଏଡାଇ ଦେଇ ହେବ ନାହିଁ l ଖଣି ବିଭାଗ ଏବଂ ରାଜସ୍ବ ବିଭାଗ ମୋଟା ଅଙ୍କର ପାଉଣା ନେଇ ନୀରବ ଦ୍ରଷ୍ଟା ସାଜିଛି l ପୋଲିସ ଖଣି ବିଭାଗ ର କାମ କରୁଛି ବୋଲି ସାଧାରଣ ରେ ଚର୍ଚ୍ଚା ଜୋର ଧରିଲାଣି l ଜଦି ଆଗାମୀ ଦିନରେ ମୁଣ୍ଡ ଗଡେ ତେବେ ଖଣି ବିଭାଗ ହିଁ ଏଥିପାଇଁ ଦାୟୀ ରହିବ ବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ହେଉଛି l

ad-week
Leave A Reply

Your email address will not be published.