ନୟାଗଡ଼ : ନୟାଗଡ଼ରେ ଦୁଇଜଣ ନୂଆ ଡିଏଲଓ ଭାବରେ ରଶ୍ମିତା କୁମାରୀ ପାତ୍ର ଏବଂ ଅର୍ଚ୍ଚିତା ସାହୁ ଯୋଗଦେଇ ଦାୟିତ୍ଵ ଗ୍ରହଣ କରିଛନ୍ତି । ଯୁଗ୍ମ ଶ୍ରମ ଆୟୁକ୍ତ ପ୍ରଣବ କୁମାର ପାତ୍ର ଏବଂ ତେଜ କୁମାର ବାଗେଙ୍କ ଉପସ୍ଥିତିରେ ନୂତନ ଡିଏଲଓ ମାନେ ଦାୟିତ୍ଵ ଗ୍ରହଣ କରିଥିଲେ।ନୟାଗଡ଼ ଜିଲ୍ଲା ଟ୍ରେଡ ୟୁନିୟନ ସମନ୍ୱୟ କମିଟି ପକ୍ଷରୁ ନୂତନ ଡିଏଲଓ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।କମିଟିର ଅଧ୍ୟକ୍ଷ ଶୁନ୍ୟଜୟୀ ମିଶ୍ର, ମହାସଚିବ ବାସୁଦେବ ମହାନ୍ତି, ବରିଷ୍ଠ ସଭ୍ୟ ରଘୁନାଥ ମହାରଣା, ସଞ୍ଜୟ ଦାସ, ଅଶୋକ କୁମାର ନାୟକ ଏବଂ ବସନ୍ତ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।ଆଗାମୀ ଦିନରେ ଜିଲ୍ଲାର ସମସ୍ତ ଶ୍ରମିକ ମାନଙ୍କୁ ଉପଯୁକ୍ତ ତଥା ତ୍ୱରିତ ନ୍ୟାୟ ପ୍ରଦାନ କରିବା ଆମର ପ୍ରାଥମିକ ଲକ୍ଷ୍ୟ ବୋଲି ଦୁଇ ଡିଏଲଓ ସୂଚନା ଦେଇଛନ୍ତି।
