ପ୍ରତି ନିର୍ବାଚନ ସମୟରେ ନୂଆ ନୂଆ ସାଥି ଖୋଜନ୍ତି ଅଖିଳେଶ : ମୋଦି

add-all

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ନିର୍ବାଚନ ପ୍ରଚାର ଜମିବାରେ ଲାଗିଛି। ଆକ୍ଷେପ-ପ୍ରତିଆକ୍ଷେପ ଓ ଆକ୍ରମଣ ପ୍ରତିଆକ୍ରମଣରେ ପରିବେଶ ଉଠୁଛି ପଡ଼ୁଛି। ଆଜି କାନପୁରରେ ଏକ ନିର୍ବାଚନ ରାଲିରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଖିଳେଶ ଯାଦବଙ୍କ ନେତୃତ୍ୱାଧିନ ସମାଜବାଦୀ ପାର୍ଟି(ଏସପି)କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରତି ନିର୍ବାଚନ ସମୟରେ ନୂଆ ନୂଆ ପାର୍ଟନର ଖୋଜନ୍ତି ଅଖିଳେଶ। ପ୍ରତ୍ୟେକ ନିର୍ବାଚନରେ ଏହି ଦଳ ନୂଆ ନୂଆ ପାର୍ଟନର ସହ ହାତ ମିଲାଇ ଜନତାଙ୍କୁ ଭକୁଆ ବନାନ୍ତି।
ଯେତେବେଳେ ନିର୍ବାଚନ ଆସେ ସେମାନେ ପରୁଣା ଯୋଡ଼ିଙ୍କୁ ଫୋପାଡ଼ି ଦିଅନ୍ତି। ଯେଉଁମାନେ ସାଥୀ ପରିବର୍ତ୍ତନ କରନ୍ତି ସେମାନେ କଣ ଉତ୍ତରପ୍ରଦେଶର ସେବା କରିପାରିବେକି ବୋଲି ମୋଦି ପ୍ରଶ୍ନ କରିଛନ୍ତି। ଉତ୍ତରପ୍ରଦେଶରେ ଜୟନ୍ତ ଚୌଧୁରୀଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ଲୋକ ଦଳ ସହ ସମାଜବାଦୀ ପାର୍ଟି ମେଣ୍ଟ କରି ଚଳିତ ନିର୍ବାଚନ ଲଢ଼ୁଛି। ୨୦୧୭ରେ ସପା କଂଗ୍ରେସ ସହ ମେଣ୍ଟ କରି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିଲା।
ଉତ୍ତରପ୍ରଦେଶରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସୋମବାର ହେଉଛି। ରାଜ୍ୟରେ ୭ ଟି ପର୍ଯ୍ୟାୟ ନିର୍ବାଚନ ଆସନ୍ତା ମାର୍ଚ୍ଚ ମାସରେ ସରିବ। ମାର୍ଚ୍ଚ ୧୦ରେ ଭୋଟ୍‌ ଗଣତି ହେବ। ଆଜି କାନପୁରର ଦେହାତ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ପାଇଁ ପ୍ରଚାର କରିଥିଲେ। ମୋଦି କହିଛନ୍ତି ଯେ, ୟୁପିରେ ପୁଣି ଥରେ ଯୋଗୀଙ୍କ ନେତୃତ୍ୱରେ ବିଜେପି ସରକାର ଆସିବ। ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସବୁ ଲୋକ ବିଜେପିକୁ ଭୋଟ ଦେଉଛନ୍ତି। ଉତ୍ତରପ୍ରଦେଶର ବିକାଶ ହେଉଛି ବିଜେପିର ପ୍ରାଥମିକ ମୁଦ୍ଦା ବୋଲି ମୋଦି କହିଛନ୍ତି । ୟୁପିରେ ମା ଭଉଣୀମାନେ ମଧ୍ୟ ବିଜେପି ସରକାର ଚାହୁଁଛନ୍ତି ବୋଲି ମୋଦି କହିଛନ୍ତି। ମୋଦିଙ୍କୁ ଆଶୀର୍ବାଦ ପାଇଁ ମୁସଲିମ ମହିଳାମାନେ ମଧ୍ୟ ଘରୁ ବାହାରୁଛନ୍ତି ବୋଲି ମୋଦି କହିଛନ୍ତି।

ad-week
Leave A Reply

Your email address will not be published.