ଅନୁଗୋଳ ବନ୍ତଳା ଗୁଳିକାଣ୍ଡ ଘଟଣା: ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଉଠାଇନେଲା ପୋଲିସ

ଅନୁଗୋଳ: ଅନୁଗୋଳ ବନ୍ତଳା ଫାୟାରିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଉଠାଇନେଲା ପୋଲିସ । ଥାନାରେ ଅଟକ ରଖି ପଚରା ଉଚରା କରାଯାଉଛି । ମଦ୍ୟପାନ ପରେ ଗଣ୍ଡଗୋଳରୁ ଗୁଳିମାଡ଼ ହୋଇଥିବା ଅନୁମାନ କରାଯାଉଛି । ବନ୍ତଳା ଥାନା ବନ୍ତଳ ଗାଁ ନିମ ଛକରେ ଫାୟାରିଂ ହୋଇଥିଲା ।

ଗୁଳିମାଡ଼ରେ ସୁଶାନ୍ତ ପ୍ରଧାନ ନାମକ ଯୁବକଙ୍କ ମୃତ୍ୟୁ ହୋଇଛି। ଗତକାଲି ଅବସରପ୍ରାପ୍ତ କର୍ମଚାରୀଙ୍କ ସହ ଯୁବକଙ୍କ ଯୁକ୍ତିତର୍କ ହୋଇଥିଲା । ପରେ ଗୁଳିମାଡ଼ କରିଥିଲେ ଅବସରପ୍ରାପ୍ତ ସେନା କର୍ମଚାରୀ । ଗୁରୁତର ଅବସ୍ଥାରେ ସୁଶାନ୍ତଙ୍କୁ ବନ୍ତଳା ମେଡିକାଲ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ବନ୍ତଳା ପୋଲିସ। ଆଜି ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରିବ ।

ad-week
Leave A Reply

Your email address will not be published.