ଭୁବନେଶ୍ୱର : ଫେରୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆଜିଠୁ ରାଜ୍ୟରୁ ଆରମ୍ଭ ହେଲା ମୌସୁମୀ ବିଦାୟ ପ୍ରକ୍ରିୟା । ବରଗଡ , ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାର କିଛି ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି l ଆଗାମୀ ୩-୪ ଦିନ ମଧ୍ୟରେ ପୂର୍ବ ଭାରତର ଆହୁରି କିଛି ଅଞ୍ଚଳରୁ ବିଦାୟ ପାଇଁ ପାଗ ଅନୁକୂଳ ହେବ।
ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୧୫ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ବିଦାୟ ନେଇପାରେ ବୋଲି ଅନୁମାନ କରାଯାଉଛି। ସାଧାରଣତଃ ଏହି ସମୟ ସୁଦ୍ଧା ମୌସୁମୀ ଫେରିଯାଇଥାଏ। ଏଥର ମୌସୁମୀ ଋତୁରେ ରାଜ୍ୟରେ ପ୍ରବଳ ବର୍ଷା ହୋଇଛି ।
