ସରପଞ୍ଚଙ୍କ ସ୍ୱାମୀଙ୍କୁ ମରଣାନ୍ତକ ଆକ୍ରମଣ

ବ୍ରହ୍ମପୁର: ଜମିରେ ପାଣି ମଡାକୁ ନେଇ ବୁଲିଲା ଖଣ୍ଡା । ଆକ୍ରମଣରେ ସରପଞ୍ଚଙ୍କ ସ୍ୱାମୀ ଗୁରୁତର ଆହତ । ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ବନ୍ଥପଲ୍ଲୀ ଗାଁରୁ । ବନ୍ଥପଲ୍ଲୀର ସରପଞ୍ଚ ଚାନ୍ଦିନୀ ନାୟକଙ୍କ ସ୍ୱାମୀ ଟୁନା ନାୟକ ଚାଞ୍ଛଡାପଲ୍ଲୀର ମନ୍ଦିରରେ ଠିଆ ହୋଇଥିଲେ । ହଠାତ କିଛି ଦୁବୃର୍ତ୍ତ ଆସି ଖଣ୍ଡାରେ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।

ସ୍ଥାନୀୟ ଲୋକେ ଟୁନାଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ । ଟୁନାଙ୍କ ଗୋଡ଼, ପାଦ ଓ ମୁଣ୍ଡ ଗଭୀର କ୍ଷତ ଲାଗିଛି । ମାସେ ପୂର୍ବରୁ ଜମିରେ ପାଣି ମଡାଇବାକୁ ନେଇ ଟୁନାଙ୍କ ସହ କିଛି ଲୋକେ ପାଟିତୁଣ୍ଡ କରିଥିଲେ । ପରେ ଆପୋଷ ସମାଧାନ ହୋଇଥିଲା । ଗତକାଲି ହଠାତ ତାଙ୍କୁ ଖଣ୍ଡାରେ ଦୁବୃର୍ତ୍ତ ମାନେ ଆକ୍ରମଣ କରିଛନ୍ତି। କିଏ ଆକ୍ରମଣ କରିଛି ଜଣାପଡିନାହିଁ । ଖବର ପାଇ ଦିଗପହଣ୍ଡି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ad-week
Leave A Reply

Your email address will not be published.