ଚୋର ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ କଲା ନୟାଗଡ଼ ସଦର ଥାନା ପୋଲିସ, ୩ ଗିରଫ


ନୟାଗଡ଼ : ନୟାଗଡ଼ ସଦର ଥାନା ପୁଲିସର ବଡ଼ ସଫଳତା। ଉଦୟପୁର ଗାଁ ଚୋରି ମାମଲାର ପର୍ଦ୍ଦାଫାଶ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତମାନେ ହେଲେ ବେଲବରଣୀ ଗ୍ରାମର ବେଣୁ ନାୟକ ଓ ଦୀନବନ୍ଧୁ ନାୟକ ରଣପୁର ମାଳିସାହିର ଧର୍ମେନ୍ଦ୍ର ପ୍ରଧାନ। ସେମାନଙ୍କ ନିକଟରୁ ସୁନା କାନଫୁଲ, ସୁନା ଚେନ୍‌, ରୂପା ଚେନ୍‌, ୩ ମୋବାଇଲ, ଗୋଟିଏ ବାଇକ୍‌ ଓ ୧୧ଟି ସାଇକେଲ ଜବତ ହୋଇଛି। ଚୋରି ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି। ଏହି ଗ୍ୟାଙ୍ଗ୍‌ର ଅନ୍ୟ ଅପରାଧିକ କାରନାମାର ଖିଅ ଖୋଜୁଛି ପୁଲିସ।

ad-week
Leave A Reply

Your email address will not be published.