ମଦ ବନ୍ଦ ଦାବୀକରି ଥାନାରେ ପହଁଞ୍ଚିଲେ ମହିଳା

କୋରାପୁଟ : କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ବିଭିନ୍ନ ପଞ୍ଚାୟତରେ ମହିଳାଙ୍କ ମଦବିକ୍ରି ବନ୍ଦଦାବୀ ତେଜିବାରେ ଲାଗିଛି l ଆଜି ଢlମନାହାଣ୍ଡି ପଞ୍ଚାୟତରୁ ଶହଶହ ମହିଳା କୋଟପାଡ଼ ଥାନାରେ ପହଂଚି ଦାବିପତ୍ର ଦେଇଛନ୍ତି l ମହିଳାମାନଙ୍କ ଅଭିଯୋଗ ହେଲା, ଅଞ୍ଚଳରେ ମଦ ମାଫିଆ ବେଆଇନ ଭାବେ ବ୍ୟାପକ ମାତ୍ରାରେ ଦେଶୀ, ବିଦେଶୀ ମଦ ବିକ୍ରି କରୁଥିବା ଯୋଗୁଁ ଯୁବଗୋଷ୍ଠୀ ନିଶlଗ୍ରସ୍ତ ହେବାରେ ଲାଗିଛନ୍ତି l ଯାହାଫଳରେ ପାରିବାରିକ ଅଶାନ୍ତି, ସାମାଜିକ ବିଶୃଙ୍ଖଳା, ଗଣ୍ଡଗୋଳ,ଚୋରି,ସଡ଼କ ଦୁର୍ଘଟଣା ଇତ୍ୟାଦି ବୃଦ୍ଧି ପାଇବାରେ ଲାଗିଛି l
ତେଣୁ ଅଞ୍ଚଳରେ ତୁରନ୍ତ ମଦବିକ୍ରି ବନ୍ଦ କରୁବାକୁ କୋଟପାଡ଼ ଥାନା, କୋଟପାଡ଼ ତହସିଲଦାର ଏବଂ ଅବକାରୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l
ଅପର ପକ୍ଷରେ, ଅଞ୍ଚଳରେ ଦେଶୀ ବିଦେଶୀ ମଦ ଦୋକାନ ପ୍ରତି ପଞ୍ଚାୟତ, ପ୍ରତି ଗ୍ରାମରେ ବେଆଇନ ଭାବେ ବିକ୍ରି କରାଯାଉଥିବା ବେଳେ ବିଦେଶୀ ମଦ ଠିକାଦାର ମାନଙ୍କ ଦ୍ୱାରା ପ୍ରତି ଦୋକାନରେ ମଦ ପହଞ୍ଚାଇବା, ବେପାରୀ ମାନଙ୍କୁ ଉତ୍ସlହିତ କରିବାରେ ଲାଗିଛି l
ପ୍ରକାଶ ଥାଉକି, ବିଗତ ଦିନରେ ହଜାର ହଜାର ସଂଖ୍ୟକ ମହିଳା ବାରମ୍ବାର ମଦ ବନ୍ଦ କରିବାକୁ ଦାବିପତ୍ର ଦେଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନି l
ଏପରି ସ୍ଥଳେ ସରକାରଙ୍କ ନିଶlମୁକ୍ତ ଅଭିଯାନ କେତେ ସଫଳ ହେବ ଏହା ଏକ ବିରାଟ ପ୍ରଶ୍ନ ଚିହ୍ନ ସୃଷ୍ଟି କରୁଛି l

ad-week
Leave A Reply

Your email address will not be published.