SIR ପ୍ରକ୍ରିୟାକୁ ସ୍ୱଚ୍ଛ ଏବଂ ଗଠନମୂଳକ ପଦକ୍ଷେପ ଭାବେ ଅଭିହିତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: SIRକୁ ନେଇ ଦିଲ୍ଲୀରେ ବିରୋଧୀଙ୍କ ପ୍ରତିବାଦ। ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ଭାରତ ନିର୍ବାଚନ କମିଶନ (ECI) ଙ୍କ ଦ୍ୱାରା କରାଯାଉଥିବା ଭୋଟର ତାଲିକା ସଂଶୋଧନ ବା ସ୍ପେସିଆଲ ଇଣ୍ଟେନ୍ସିଭ ରିଭିଜନ (SIR) ପ୍ରକ୍ରିୟାକୁ ଦୃଢ଼ ସମର୍ଥନ କରିଛନ୍ତି। ଏହାକୁ ସେ ଏକ ଆବଶ୍ୟକ, ସ୍ୱଚ୍ଛ ଏବଂ ଗଠନମୂଳକ ପଦକ୍ଷେପ ବୋଲି ଅଭିହିତ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, SIR ହେଉଛି ଏକ ନିୟମିତ ଓ ନିରନ୍ତର ପ୍ରକ୍ରିୟା । ଏହାର ଉଦ୍ଦେଶ୍ୟ ଯୋଗ୍ୟ ଭୋଟରଙ୍କ ନାଁ ବାଦ୍ ଦେବା ନୁହେଁ, ବରଂ ନକଲି (duplicate) ଏଣ୍ଟ୍ରି, ପୁରୁଣା ରେକର୍ଡ ଏବଂ ମୃତ ବ୍ୟକ୍ତିଙ୍କ ନାମକୁ ଭୋଟର ତାଲିକାରୁ ହଟାଇ ଏହାକୁ ସ୍ୱଚ୍ଛ କରିବା। ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପାଇଁ ଏବଂ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ମତାଧିକାରର ସୁରକ୍ଷା ଲାଗି ଏକ ସଠିକ୍ ଭୋଟର ତାଲିକା ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଭୋଟର ତାଲିକାରୁ ବହୁ ସଂଖ୍ୟାରେ ନାମ ବାଦ୍ ପଡ଼ିଥିବା ଅଭିଯୋଗ କରି ବିରୋଧୀ ଦଳଗୁଡ଼ିକ (ବିଶେଷ କରି କଂଗ୍ରେସ) ନିର୍ବାଚନ କମିଶନଙ୍କ ବିରୋଧରେ ଦିଲ୍ଲୀରେ ପ୍ରତିବାଦ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି କଡ଼ା ଜବାବ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିର୍ବାଚନୀ ରେକର୍ଡ ନିର୍ଭରଯୋଗ୍ୟ ରହିବାରେ ଏହା ସାହାଯ୍ୟ କରିବ । ସ୍ଵଚ୍ଛ ଓ ସଠିକ୍ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଏସଆଇଆର ଆବଶ୍ୟକ। ସଠିକ୍ ଭୋଟର ତାଲିକା ସୁନିଶ୍ଚିତ କରିବା କେବଳ ପ୍ରଶାସନିକ ଆବଶ୍ୟକତା ନୁହେଁ, ବରଂ ଏହା ଗଣତନ୍ତ୍ରରେ ଜନତାଙ୍କ ବିଶ୍ଵାସକୁ ସୁଦୃଢ କରିବାକୁ ଅତ୍ୟାବଶ୍ୟକ। ଯୋଗ୍ୟ ଭୋଟରମାନେ ଯେପରି ବାଦ୍ ନପଡ଼ିବେ ସେନେଇ ଏସଆଇଆର ସୁନିଶ୍ଚିତ କରେ। ଗଣତନ୍ତ୍ରରେ ଜନତାଙ୍କ ବିଶ୍ଵାସକୁ ସୁଦୃଢ କରିବା ପାଇଁ ଏସଆଇଆର ଅତ୍ୟାବଶ୍ୟକ। SIR ହେଉଛି ଆମର ନିର୍ବାଚନ ବ୍ୟବସ୍ଥାର ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଏକ ଆବଶ୍ୟକୀୟ ଏବଂ ଗଠନମୂଳକ ଅଭ୍ୟାସ।

ad-week
Leave A Reply

Your email address will not be published.