ଅଜଣା ଗାଡ଼ି ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା  ହେମଗିର ଥାନା ଅନ୍ତର୍ଗତ ଡୁରୁବଗା ବାଇପାସ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଦ୍ବୟ ହେଲେ ମଝାପଡା ଗ୍ରାମର ଭବାନୀ ଖରସେଲ ଓ ଧୁମାମୁଣ୍ଡା ଗ୍ରାମର ସୁରେନ୍ଦ୍ର କିଶାନ। 

ମିଳିଥିବା ସୂଚନା ଅନୁସାରେ, ହେମଗିର ପଟୁ ବାଇକ ଯୋଗେ ଭବାନୀ ଓ ସୁରେନ୍ଦ୍ର ରାତିରେ ଘରକୁ ଯାଉଥିବା ସମୟରେ ଏକ ଅଜଣା ଗାଡ଼ି ଧକ୍କା ଦେଇ ଫେରାର ହୋଇଯାଇଥିଲା । ଖବର ପାଇ ହେମଗିର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହେମଗିର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ବେଳେ ଡା଼କ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି।

ad-week
Leave A Reply

Your email address will not be published.