ଟିପିଏସ୍‌ଓଡିଏଲ୍ ପକ୍ଷରୁ ରକ୍ତଦାନ ଶିବିର

ବ୍ରହ୍ମପୁର: ଟାଟା ସ୍ୱେଚ୍ଛାସେବୀ ସପ୍ତାହ-୨୬ (ଟିଭିଡବ୍ଲ୍ୟୁ ୨୬) ଅବସରରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍‌ଓଡିଏଲ୍) ପକ୍ଷରୁ ଖୋଡ଼ାସିଙ୍ଗି କାର୍ଯ୍ୟାଳୟରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଆୟୋଜିତ ଶିବିରକୁ ଟିପିଏସ୍‌ଓଡିଏଲ୍‌ର ସିଇଓ ଶ୍ରୀ ଅମିତ କୁମାର ଗର୍ଗ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଉଦ୍‌ଘାଟନ କରିଥିଲେ।

ସ୍ୱେଚ୍ଛାସେବା ଓ ସମାଜସେବାକୁ ପ୍ରୋତ୍ସାହିତ କରିବା ସହ ରକ୍ତର ଆବଶ୍ୟକତା ଥିବା ରୋଗୀଙ୍କୁ ସହାୟତା ଯୋଗାଇଦେବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଶିବିରରେ କମ୍ପାନୀର କର୍ମଚାରୀମାନେ ଉତ୍ସାହର ସହ ରକ୍ତଦାନ କରିଥିଲେ। ଏହି ଅବସରରେ ମୋଟ ୫୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ସଂଗୃହୀତ ରକ୍ତ, ରକ୍ତଭଣ୍ଡାରରେ ରକ୍ତର ଉପଲବ୍ଧତା ବୃଦ୍ଧି କରିବା ସହ ଜରୁରୀ ଚିକିତ୍ସା ଆବଶ୍ୟକ କରୁଥିବା ରୋଗୀଙ୍କୁ ସହାୟତା କରିବାରେ ବିଶେଷ ଭାବରେ ସହାୟକ ହେବ ।

ଏହି ଅବସରରେ ଶ୍ରୀ ଅମିତ କୁମାର ଗର୍ଗ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପିଏସ୍ଓଡିଏଲ୍ କହିଛନ୍ତି, “ରକ୍ତଦାନ ଏକ ମହତ୍ କାର୍ଯ୍ୟ, ଯାହା ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇବା ସହ ରୋଗୀ ଓ ସେମାନଙ୍କ ପରିବାରକୁ ଆଶା ଦେଇଥାଏ । ଟାଟା ସ୍ୱେଚ୍ଛାସେବୀ ସପ୍ତାହ ମାଧ୍ୟମରେ ଆମେ କର୍ମଚାରୀମାନଙ୍କୁ ସମାଜ ପାଇଁ ଆଗେଇ ଆସି ନିଜର ଯୋଗଦାନ ଦେବାକୁ ଉତ୍ସାହିତ କରୁଛୁ । ଏହି ମହତ୍ କାର୍ଯ୍ୟରେ ଅଂଶଗ୍ରହଣ କରିଥିବା ସମସ୍ତ ରକ୍ତଦାତା ଓ ସ୍ୱେଚ୍ଛାସେବୀଙ୍କ ଉତ୍ସାହ ଏବଂ ସାମାଜିକ ଦାୟିତ୍ୱବୋଧକୁ ସାଧୁବାଦ ଜଣାଉଛି ।”

ଏଭଳି ପଦକ୍ଷେପ ମାଧ୍ୟମରେ ଟିପିଏସ୍‌ଓଡିଏଲ୍ କର୍ମଚାରୀମାନଙ୍କୁ ସମାଜସେବାରେ ସକ୍ରିୟ ଭାବେ ସାମିଲ ହେବାକୁ ପ୍ରୋତ୍ସାହିତ କରିବା ସହ ସାମାଜିକ ଦାୟିତ୍ୱ ପ୍ରତି ଥିବା ନିଜର ପ୍ରତିବଦ୍ଧତାକୁ ଆହୁରି ମଜଭୁତ କରୁଛି ।

ad-week
Leave A Reply

Your email address will not be published.