ପାକ୍ ସୈନ୍ୟ ପୋଷ୍ଟ ଓ ଜାହାଜ ଉପରେ BLAର ଆକ୍ରମଣ, ୧୩ ଯବାନ ନିହତ

ଲାହୋର : ପାକ୍ ବେଲୁଚିସ୍ତାନ ପ୍ରାନ୍ତରେ ଥିବା ଗ୍ୱାଦର ଜିଲ୍ଲାରେ ବେଲୁଚ୍ ଲିବରେସନ୍ ଆର୍ମୀ(BLA) ବଡ ଆକ୍ରମଣ କରିଛି । ଏଥିରେ ପାକ୍ ସୈନ୍ୟ ପୋଷ୍ଟ ଏବଂ ଛୋଟ ଜାହାଜକୁ ଟାର୍ଗେଟ୍ କରାଯାଇଛି । ଏଥିରେ ୧୩ ଜଣ ପାକ୍ କୋଷ୍ଟ୍ ଗାର୍ଡଙ୍କ ମୃତ୍ୟୁ ହୋଇଥିବା ବିଏଲଏ ଦାବି କରିଛି।, ବିଏଲଏର ନୌସେନା ହମ୍ମାଲ ମ୍ୟାରିଟାଇମ୍ ଡିଫେନ୍ସ ଫୋର୍ସ ଏହି ଆକ୍ରମଣ କରିଛି ।

ଅକ୍ଟୋବର ୧୧ ତାରିଖରେ ବିଏଲଏ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ପାକିସ୍ତାନର ଦୁଇଟି ଜାହାଜକୁ ଟାର୍ଗେଟ୍ କରାଯାଇଛି । ଏଥିରେ ଥିବା ୧୩ ପାକ୍ କୋଷ୍ଟ୍ ଗାର୍ଡ୍ ପ୍ରାଣ ହରାଇଛନ୍ତି । ଆକ୍ରମଣରେ ଜାହାଜର ଭୟଙ୍କର କ୍ଷତି ହୋଇଛି ।

ବିଏଲଏ ମୁଖପାତ୍ର ଜିୟାନ୍ଦ ବଲୋଚ ଦାବି କରିଛନ୍ତି କି, ଆକ୍ରମଣରେ ପାକିସ୍ତାନ କୋଷ୍ଟଗାର୍ଡର ୨ଟି ଜାହାଜ ଉପରେ ଟାର୍ଗେଟ କରାଯାଇଥିଲା । ଏଥିରେ ୧୩ ଜଣ ଯବାନଙ୍କ ଜୀବନ ଚାଲିଯାଇଛି । ସେମାନେ ୨୦୨୬ ଏପ୍ରିଲ ୧୩ ତାରିଖରେ ନିଜର ନୌସେନା ପ୍ରତିଷ୍ଠା କରିଥିଲେ । ପ୍ରଥମେ ସେମାନେ ପାକିସ୍ତାନ ନୌସେନାର ଏକ ପାଟ୍ରୋଲିଂ ଡଙ୍ଗାକୁ ଟାର୍ଗେଟ୍ କରିଥିଲେ । ଏଥିରେ ୩ ପାକ୍ ଯବାନ ନିହତ ହୋଇଥିଲେ ।

ଏହି ୟୁନିଟ୍ କୋଷ୍ଟାଲ ଅଞ୍ଚଳରେ ସୁରକ୍ଷା ଏବଂ ପାକିସ୍ତାନୀ ସିକ୍ୟୁରିଟି ଫୋର୍ସର ମୁଭମେଣ୍ଟକୁ ରୋକିବା ପାଇଁ କାମ କରିଥାଏ । ବିଏଲଏ କହିଛନ୍ତି କି, ଅପରେସନ ବିଷୟରେ ସମସ୍ତ ସୂଚନା ସୋସିଆଲ ମିଡିଆରେ ସେୟାର କରାଯାଇଛି ।

ସୂଚନାଯୋଗ୍ୟ, ଗ୍ୱାଦର ବନ୍ଦର ବେଲୁଚିସ୍ତାନର ଦକ୍ଷିଣରେ ରହିଛି । ଏହାକୁ ନେଇ ଅନେକ ଦିନ ଧରି ବିବାଦ ଲାଗି ରହିଛି । ଚୀନ୍ ଏହାକୁ ବିଆରଆଇ ପ୍ରକଳ୍ପର ଅଂଶ ଭାବେ ସ୍ଥାନ ଦେଇଛି । ଏଠାରୁ ସିଧା ଆରବ ସାଗରକୁ ଯାଇ ହେବ । କିନ୍ତୁ ବେଲୁଚିସ୍ତାନର ଲୋକେ ଏହାକୁ ବିରୋଧ କରୁଛନ୍ତି । ଏହା ସେମାନଙ୍କ ହିତ ପାଇଁ ନୁହେଁ ବୋଲି ବିଏଲଏ ଲଗାତାର ଭାବେ ଦାବି କରୁଛି ।

ad-week
Leave A Reply

Your email address will not be published.