ପ୍ରତିବାଦ ସ୍ଥାନ ତାଲିକାରୁ ବାଦ୍ ପଡ଼ିଲା ଯନ୍ତରମନ୍ତର

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଠିତ ଏକ କମିଟିର ସୁପାରିଶ ଆଧାରରେ, ଯନ୍ତରମନ୍ତରକୁ ପ୍ରତିବାଦ ସ୍ଥାନ ତାଲିକାରୁ ବାଦ ଦିଆଯାଇଛି। ଦିଲ୍ଲୀରେ ପ୍ରତିବାଦ କରିବା ପାଇଁ ବର୍ତ୍ତମାନ ତିନୋଟି ନୂତନ ସ୍ଥାନ ଚିହ୍ନଟ କରାଯାଇଛି। ଦିଲ୍ଲୀର ତିନୋଟି ନୂତନ ପ୍ରତିବାଦ ସ୍ଥଳରେ ଏବେ ରାମଲୀଳା ମୈଦାନ, ବୁରାରୀ ମୈଦାନ ଏବଂ ପୂର୍ବ ଦିଲ୍ଲୀର ସିବିଡି ଗ୍ରାଉଣ୍ଡ ଅନ୍ତର୍ଭୁକ୍ତ। ଏହି ତିନୋଟି ସ୍ଥାନରେ ପ୍ରତିବାଦ ଏବଂ ଧାରଣା କରିବା ପାଇଁ ବିସ୍ତୃତ ଏବଂ ସଂଶୋଧିତ ମାନକ କାର୍ଯ୍ୟପଦ୍ଧତି ( ଏସଓପି ) ପୃଥକ ଭାବରେ ଜାରି କରାଯିବ।
ଏହି ପରିବର୍ତ୍ତନ ୨୮ ଏପ୍ରିଲ, ୨୦୨୨ରେ ଜାରି ହୋଇଥିବା ପୁରୁଣା ଷ୍ଟାଣ୍ଡିଂ ଅର୍ଡରର ଏକ ଆଂଶିକ ସଂଶୋଧନ। ପ୍ରତିବାଦ ସ୍ଥଳ ତାଲିକାରୁ ଯନ୍ତର ମନ୍ତରକୁ ହଟାଇବା ପରେ ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପକେ ଏକ୍ସରେ ପୋଷ୍ଟ କରିଥିଲେ। ଦୀପକେ ଲେଖିଛନ୍ତି, “ସେମାନେ ଯନ୍ତରମନ୍ତରକୁ ନିର୍ଦ୍ଧାରିତ ପ୍ରତିବାଦ ସ୍ଥଳ ତାଲିକାରୁ ହଟାଇ ଦେଇଛନ୍ତି। ଏହା ଆଉ ଏକ ପ୍ରତିବାଦ ସ୍ଥଳ ନୁହେଁ।

ad-week
Leave A Reply

Your email address will not be published.