ସୁକମାରେ ମାଓ ଡମ୍ପ ଠାବ, ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ

ମାଲକାନଗିରି: ଛତିଶଗଡ଼ ସୁକମା ଜିଲ୍ଲାରେ ମାଓ ଡମ୍ପ ଠାବ । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ । ସୁକମା ଅଞ୍ଚଳରୁ ମାଓବାଦୀ ହଟିଥିଲେ ମଧ୍ୟ ଏବେବି ଜଙ୍ଗଲ ଭିତରେ ବିଭିନ୍ନ ଅସ୍ତ୍ରଶସ୍ତ୍ରକୁ ସୁରକ୍ଷାକର୍ମୀ ଉଦ୍ଧାର କରୁଛନ୍ତି । ମାଓ ଡମ୍ପରୁ ୧୩ ଟି ବନ୍ଧୁକ ସହ ୨୦୮ ଟି ଡିଟୋନେଟର ଜବତ କରାଯାଇଛି । ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ମାଓବାଦୀ ମାନେ ଏହି ସବୁ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିଲେ । ଏବେବି ଅପରେସନ ଜାରି ରହିଥିବା କହିଛନ୍ତି ସୁକୁମା ଏସପି ।

ad-week
Leave A Reply

Your email address will not be published.