ବଲାଙ୍ଗୀର: କୂଅରେ ପଡ଼ିଲା ହାତୀ । ଦୀର୍ଘ ସମୟ ପରେ ଉଦ୍ଧାର କଲା ବନ ବିଭାଗ । ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜ ହୀରାପୁର ଗାଁ ନିକଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ହାତୀଟି କୂଅରେ ପଡ଼ିଯାଇଥିବା ଖବର ପାଇବା ପରେ ତାକୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲା ବନ ବିଭାଗ ।
ଦୀର୍ଘ ସମୟ ପରେ ମୁରିବାହାଲ ବନ ବିଭାଗ ହାତୀକୁ କୂଅରୁ ବାହାରକୁ ବାହାର କରିଛି। ଦୀର୍ଘ ୨ବର୍ଷ ହେଲାଣି ମୁରିବାହାଲ ରେଞ୍ଜର ଅନେକ ଗାଁରେ ୫୦ଟିକିଆ ହାତୀପଲ ଚଳପ୍ରଚଳ କରୁଛନ୍ତି। ଲୋକଙ୍କ ଧାନ ଫସଲ ଖାଉଛନ୍ତି ଓ ଘର ଦ୍ୱାର ଭାଙ୍ଗୁଛନ୍ତି । ବନ ବିଭାଗ ହାତୀକୁ ଜଙ୍ଗଲକୁ ଘଉଡ଼ାଇବାକୁ ପ୍ରୟାସ କରୁଛି ।
