ନୟାଗଡ଼ : ନୟାଗଡ ପୋଲିସକୁ ମିଳିଛି ବଡ଼ ସଫଳତା, ଯାହା ଫଳରେ ଚୋରି ହୋଇଥିବା 105ଟି ମୋବାଇଲ ଫୋନ ଫେରି ପାଇଛନ୍ତି ମୋବାଇଲ ମାଲିକ,ଏହାକୁ ନେଇ ନୟାଗଡ ଜିଲ୍ଲା ମୁଖ୍ୟାଳୟରେ ଏକ ମୋବାଇଲ ମେଳା କରାଯାଇ ମୋବାଇଲ ଫୋନ ମାଲିକ ମାନଙ୍କୁ ସେମାନଙ୍କ ଫୋନ୍ ଫେରାଇଛି ପୋଲିସ, ଆୟୋଜିତ ମେଳାରେ ନୟାଗଡ ADD SP ସୁବାଷ ଚନ୍ଦ୍ର ପଣ୍ଡା, SDPO ସୃଷ୍ଟି ପ୍ରଧାନ, ସାଇବର ଥାନା ଅଧିକାରୀ ପରମାନନ୍ଦ ଧଳ, ବିଭିନ୍ନ ଥାନାର ପୋଲିସ ଅଧିକାରୀ ଯୋଗମାନେ ଲୋକଙ୍କୁ ସଚେତନତ କରିବା ସହିତ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ ଏବଂ ପ୍ରେସ ମିଟ କରି ମୋବାଇଲ ଫୋନକୁ ପ୍ରକୃତ ମାଲିକ ମାନଙ୍କୁ ପ୍ରଦାନ କରିଥିଲେ,ନୟାଗଡ ଜିଲ୍ଲାର ବିଭିନ୍ନ ସ୍ଥାନରୁ ମୋବାଇଲ ଗୁଡ଼ିକ ଚୋରି ହୋଇଥିବା ନେଇ କିଛି ତଳେ ନିକଟସ୍ଥ ଥାନା ଗୁଡିକରେ ଅଭିଯୋଗ ହୋଇଥିଲା, ପରେ ମୋବାଇଲ ଗୁଡ଼ିକୁ ଟ୍ରାକିଂ କରି ଧରାଯାଇଥିଲା, ଆଜି ହଜିଯାଇଥିବା ମୋବାଇଲର ମାଲିକ ମାନଙ୍କୁ ଡକାଇ ଉପଯୁକ୍ତ ପ୍ରମାଣ ଚେକ କରି ମୋବାଇଲ ଫେରାର ଥିଲେ ସେପଟେ ହଜିଥିବା ମୋବାଇଲ ଫୋନ୍ ଫେରସ୍ତ ପାଇ ଖୁସି ବ୍ୟକ୍ତ ହେବା ସହିତ ନୟାଗଡ ପୋଲିସଙ୍କୁ ଧନ୍ୟବାଦ ଦେଇଛନ୍ତି ମୋବାଇଲ ଫୋନ ପାଇଥିବା ବ୍ୟକ୍ତି ମାନେ :
