ରାୟଗଡ଼ା, ୧୪/୧୦ ( ଯୋଗେଶ୍ୱର ଦାସ )
ରାୟଗଡ଼ା ସହରସ୍ଥିତ ଢେପସାହିର (ରାୟଗଡ଼ ମ୍ଯୁନିସିପାଲିଟି ଫୁଡ଼୍ ନିକଟସ୍ଥ)କମୁନିଟ ଗୃହରେ ରାୟଗଡ଼ା ଓ୍ବାକର କ୍ଲଵର ସଭାପତି ବ୍ରଜ ସୁନ୍ଦର ନାୟକଙ୍କ ସଭାପତିତ୍ବରେ ଜାତୀୟ ତମାଖୁ ବିରୋଧୀ ଦିବସ ଓ ସ୍ତନ କର୍କଟ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାୟଗଡ଼ା ଜିଲ୍ଲା ସଦରମହକୁମା ହସପିଟାଲର ଛାତି ଓ ଯକ୍ଷ୍ମା ରୋଗ ବିଶେଷଜ୍ଞ ଡାକ୍ତର ଶ୍ରୀ ଡି. କେ. ଦେବ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ତମାଖୁ ବ୍ୟବହାରର କ୍ଷତି ସମ୍ପର୍କରେ ସୂଚନା ଦେବା ସଙ୍ଗେ ସଙ୍ଗେ ତମାଖୁ ଓ ଅନ୍ୟାନ୍ୟ ମାଦକ ଦ୍ରବ୍ୟ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଥିଲେ । ଏହା ବ୍ୟତୀତ ମହିଳାମାନଙ୍କୁ ସ୍ତନ କର୍କଟ ରୋଗର ବିଭିନ୍ନ ଲକ୍ଷଣ ବିଷୟରେ ବୁଝାଇବା ସଙ୍ଗେ ସଙ୍ଗେ ଯଥାଶୀଘ୍ର ହସପିଟାଲକୁ ଯାଇ ଚିକିତ୍ସିତ ହେବା ପାଇଁ ପରାମର୍ଶ ଦେଇଥିଲେ । ଏହା ପରେ ସଭାପତି ବ୍ରଜ ସୁନ୍ଦର ନାୟକ, ପୂର୍ବତନ ସଭାପତି ଡକ୍ଟର ଦୁଷ୍ମନ୍ତ କୁମାର ମହାନ୍ତି ଓ ମ୍ୟୁନିସିପାଲଟି କାଉନସିଲର ସରୋଜିନୀ ଖୋସଲା ଜାତୀୟ ତମାଖୁ ବିରୋଧୀ ଦିବସ ଓ ସ୍ତନ କର୍କଟ ସଚେତନ କାର୍ଯ୍ୟକ୍ରମ ସମ୍ପର୍କରେ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉପଦେଷ୍ଟା ସତ୍ୟବାଦୀ ପତି, ଡି.ଜି.(ଇଲେକ୍ଟ) ପ୍ରତାପ ଚନ୍ଦ୍ର ବାଉରି, ଓ୍ବାକର ଇଣ୍ଟରନ୍ଯାସନାଲ୍ ସଂଯୋଜକ ଟି. ଜୟରାମ, ଡେପୁଟି ଡି.ଜି. ଶଙ୍କର୍ଷଣ ମଙ୍ଗରାଜ,ସମ୍ପାଦକ ମନ୍ମଥ ତୁଳ, ସହ-ସମ୍ପାଦକ ବିଶ୍ଵନାଥ ସାହୁ, ଉପ-ସଭାପତି ଜଳନ୍ଧର ପୁଷିକା, ବଳରାମ ଚୌଧୁରୀ, ସୂର୍ଯ୍ୟରାମ ହୋତା, ରାଜେନ୍ଦ୍ର କୁମାର ସାହୁ, ରାମଚନ୍ଦ୍ର ସାହୁକାର, ଦେବେନ୍ଦ୍ର ନାଥ ପଣ୍ଡା, ଏମ୍. ହରି ପ୍ରସାଦ ଓ ବହୁ ସଂଖ୍ୟାରେ ପୁରୁଷ ତଥା ମହିଳାମାନେ ଉପସ୍ଥିତ ରହିବା ସଙ୍ଗେ ସଙ୍ଗେ ସାହାଯ୍ୟ ସହଯୋଗ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଶେଷରେ କ୍ଲବ ସମ୍ପାଦକ ମନ୍ମଥ ତୁଳ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
