ଜର୍ମାନୀ ବୋଚୁମ୍ ବିଲ୍‌ଡିଂରେ ଭୟଙ୍କର ଅଗ୍ନିକାଣ୍ଡ: ୩ ଭାରତୀୟ ମୃତ

ନୂଆଦିଲ୍ଲୀ: ମଙ୍ଗଳବାର ଜର୍ମାନୀର ବୋଚୁମ୍ ସହରରେ ଥିବା ଏକ ବିଲ୍‌ଡିଂରେ ନିଆଁ ଲାଗି ୨ ଜଣ ଭାରତୀୟ ଯୁବତୀ ଓ ଜଣେ ଭାରତୀୟ ଯୁବକଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ ଯୁବତୀ ଦୁଇଜଣଙ୍କ ବୟସ ୨୫ରୁ ୨୭ ମଧ୍ୟରେ ହୋଇଥିବା ବେଳେ ଯୁବକଙ୍କ ବୟସ ୨୬ ବର୍ଷ । ବିଲ୍‌ଡିଂର ୨ୟ ମହଲାରେ ନିଆଁ ପ୍ରଥମେ ଲାଗିଥିଲା । ତେବେ ଫାୟାର ଫାଇଟର ଆସି ନିଆଁକୁ ଆୟତ୍ତ କଲାବେଳକୁ ଏହି ୩ ଜଣ ଭାରତୀୟ ମୃତ୍ୟୁବରଣ କରିସାରିଥିଲେ ବୋଲି ସ୍ଥାନୀୟ ଗଣମାଧ୍ୟମ ପ୍ରକାଶ କରିଛି । ଏହି ଅଗ୍ନିକାଣ୍ଡ ଘଟାଇଥିବା ସନ୍ଦେହରେ ପୁଲିସ ଜଣେ ରୋମାନିଆ ନାଗରିକଙ୍କୁ ଅଟକ ରଖିଥିବା ଜଣାପଡିଛି ।

ad-week
Leave A Reply

Your email address will not be published.