କାର୍ଯ୍ୟକ୍ଷମ ହେଲା ଅଗ୍ନିଶମ ବିଭାଗର ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଓ ହ୍ଵାଟ୍ସଆପ୍ ସେବା

ଭୁବନେଶ୍ବର: ବ୍ୟବସାୟିକ ସହଜତା ବଜାୟ ରଖିବା ପାଇଁ ଭୁବନେଶ୍ୱରସ୍ଥିତ କମାଣ୍ଡ ସେଣ୍ଟରରେ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ କାର୍ଯ୍ୟକ୍ଷମ କରାଯାଇଛି। ଯେକୌଣସି ନାଗରିକ, ବ୍ୟବସାୟୀ କିମ୍ବା ଅନୁଷ୍ଠାନ ଫାୟାର୍ ସେଫ୍ଟି ସାର୍ଟିଫିକେଟ୍, ସୁପାରିଶ କିମ୍ବା ଏନ୍.ଓ.ସି. ଆବେଦନ ସମ୍ବନ୍ଧୀୟ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ସିଧାସଳଖ 9237046977 ନମ୍ବରକୁ ହ୍ଵାଟ୍ସଆପ୍ ମାଧ୍ୟମରେ ମେସେଜ୍ କରିପାରିବେ। ଏହି ନମ୍ବର ଜରିଆରେ ୨୪ ଘଣ୍ଟା ମଧ୍ୟରେ ସମସ୍ୟାର ସମାଧାନ କିମ୍ବା ଆବଶ୍ୟକୀୟ ସହଯୋଗ ଯୋଗାଇ ଦିଆଯାଉଥିବାବେଳେ ଏହି ସେବାକୁ ଏକ ଏ.ଆଇ. ଚାଟ୍‌ବୋଟ୍ ସହିତ ମଧ୍ୟ ସଂଯୁକ୍ତ କରାଯାଉଛି। ଓଡ଼ିଶା ଅଗ୍ନିଶମ ଓ ବିପର୍ଯ୍ୟୟ ପରିଚାଳନା ସେବା ପକ୍ଷରୁ ସମସ୍ତ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କଣ୍ଟାକ୍ଟ-ଲେସ୍, ୱେବ୍-ଆଧାରିତ ଏବଂ ସ୍ୱଚ୍ଛ କରାଯାଇଛି।

ad-week
Leave A Reply

Your email address will not be published.