ମହାପ୍ରଭୁଙ୍କ ଦର୍ଶନ ପାଇଁ ଦରକାର ନାହିିଁ କୋଭିଡ ପ୍ରମାଣପତ୍ର

add-all

ପୁରୀ: ଫେବୃଆରୀ ୨୧ରୁ ଲାଗୁହେବ ନୁଆ ଏସଓପି। କୋହଳ କରାଯିବ ଦର୍ଶନ ବ୍ୟବସ୍ଥା। ହଟିବ କିଓସ୍କ କାଉଣ୍ଟର। ଆଉ ଭକ୍ତଙ୍କୁ ଦେଖାଇବାକୁ ପଡିବ ନାହିଁ କୋଭିଡ୍‌ ପ୍ରମାଣପତ୍ର। ପୂର୍ବପରି ରବିବାର ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ । ନିତିକ୍ରାନ୍ତିକୁ ନେଇ ୨୦ରୁ ୨୫ ତାରିଖ ମଧ୍ୟରେ ବସିବ ନିତି ସବକମିଟି ବୈଠକ। ମଙ୍ଗଳ ଆଳତୀ ନିତି ସୃଙ୍ଖଳିତ କରିବା ପାଇଁ ହେବ ନିତି ସବକମିଟି ବୈଠକ। ଦ୍ୱାର ଫିଟାରୁ ରାତ୍ର ପହୁଡ଼ ନେଇ ସମସ୍ଥ ନୀତି କିଭଳି ଆହୁରି ଶୃଙ୍ଖଳିତ ହେବ ସେନେଇ ଆଲୋଚନା କରାଯିବ । ମାର୍ଚ୍ଚ ୧୦ତାରିଖ ମଧ୍ୟରେ ଦର୍ଶନ ବ୍ୟବସ୍ଥାର ସମିକ୍ଷା କରାଯାଇ ସେତେବେଳର ସ୍ଥିତି ଦେଖି ରବିବାର ବନ୍ଦ ନେଇ ନିଷ୍ପତି ନିଆଯିବ ।

ad-week
Leave A Reply

Your email address will not be published.