ରାଏବଗା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ: କୃତି ପ୍ରତିଯୋଗୀ ପୁରସ୍କୃତ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ରାଏବଗା କ୍ଲଷ୍ଟର ସ୍ତରୀୟ କୃଷ୍ଣ ଗଡ଼ତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିଶୁ ମହୋତ୍ସବ ‘ସୁରଭି – ୨୦୨୬’ ଉତ୍ସାହ ଓ ଉଦ୍ଦୀପନା ସହକାରେ ଅନୁଷ୍ଠିତ ହୋଇଯାଇଛି।

ଏହି ଉତ୍ସବରେ ପୂର୍ବତନ ଶିକ୍ଷା ଅଧିକାରୀ ଶ୍ରୀମତୀ ଫ୍ଲୋରା ଗୁଡ଼ିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଏବଗା ଥାନା ଅଧିକାରୀ ଶ୍ରୀ ଦିବ୍ୟ କୁମାର ଓରାମ, ପୂର୍ବତନ ପ୍ରଧାନ ଶିକ୍ଷକ ନନ୍ଦ କିଶୋର ପ୍ରସାଦ, ପ୍ରଧାନ ଶିକ୍ଷକ ବିଭୀଷଣ ତନ୍ତୀ ଏବଂ ସିଆରସିସି (CRCC) ବିକାଶ ଶାହା ପ୍ରମୁଖ ଉପସ୍ଥିତ ଥିଲେ।

ଏହି କ୍ଲଷ୍ଟର ସ୍ତରୀୟ ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇ ଉତ୍ସାହିତ କରାଯାଇଥିଲା। ଶିଶୁମାନଙ୍କ ସର୍ବାଙ୍ଗୀନ ବିକାଶ ଓ ସୁପ୍ତ ପ୍ରତିଭାର ବିକାଶ ଦିଗରେ ‘ସୁରଭି’ ଏକ ଉତ୍କୃଷ୍ଟ ମାଧ୍ୟମ ବୋଲି ଅତିଥିମାନେ ନିଜ ବକ୍ତବ୍ୟରେ ମତବ୍ୟକ୍ତ କରିଥିଲେ।

ad-week
Leave A Reply

Your email address will not be published.