ଓଡ଼ଗାଁ କଲେଜ ଛାତ୍ର ନିର୍ବାଚନ: ରାକେଶ ସଭାପତି, ଇପ୍ସିତା ସାଧାରଣ ସମ୍ପାଦକ ନିର୍ବାଚିତ

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ୨୦୨୬ ପରିପ୍ରେକ୍ଷୀରେ ଏବିଭିପି ସମର୍ଥିତ ସଭାପତି ପ୍ରାର୍ଥୀ +୩ ଦ୍ଵିତୀୟ ବର୍ଷ ଛାତ୍ର ରାକେଶ କୁମାର ବିଶୋଇ ଏବଂ ସାଧାରଣ ସମ୍ପାଦକ ଇପ୍ସିତା ସିଠ ବିଜୟ ହାସଲ କରିଛନ୍ତି ।ସେହିପରି +୩ ଛାତ୍ରୀ ରୋଜିନା ସାମଲ ଉପସଭାପତି , ସହ ସମ୍ପାଦକ ଭାବରେ ସୋମନାଥ ସାହୁ,କ୍ରୀଡା ସମ୍ପାଦକ ଭାବରେ ରାକେଶ କୁମାର ସେଠୀ, ନାଟ୍ୟ ସମ୍ପାଦକ ସୁବର୍ଣ୍ଣ ଶ୍ୱେତପଦ୍ମା ଦାସ, ସହ ସମ୍ପାଦକ ଶୁଭମ୍ ଡାକୁଆ ପ୍ରମୁଖ ବିଜୟ ହାସଲ କରିଛନ୍ତି।
ସେହିପରି ଶରଣକୁଳ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ସଭାପତି ଭାବରେ ସମ୍ବିତ କୁମାର ସାହୁ, ଉପ ସଭାପତି ଭାବରେ ବବୁଲ ନାହକ, ସାଧାରଣ ସମ୍ପାଦକ ଭାବରେ ତୁଳସୀ ପ୍ରଧାନ ବିଜୟ ଲାଭ କରିଥିବା ବେଳେ ଦଧିବାମନ ଜୀଉ ସଂସ୍କୃତ ମହାବିଦ୍ୟାଳୟ କୁରାଳରେ ସଭାପତି ଭାବରେ ମନସ୍ଵିନୀ ପୃଷ୍ଟି ସଭାପତି ଭାବରେ, ରଞ୍ଜିତା ମହାନ୍ତି ଉପ ସଭାପତି ଭାବରେ ସାଇନି ପଲେଇ ସମ୍ପାଦକ ଭାବରେ ମନୋନୀତ ହୋଇଛନ୍ତି ।

ad-week
Leave A Reply

Your email address will not be published.