ଦେଶରେ ଅରାଜକତା ସୃଷ୍ଟି କରି କ୍ଷମତା ଦଖଲ ପାଇଁ ଷଡ଼ଯନ୍ତ୍ର କରୁଛି ଇଣ୍ଡିଆ ମେଣ୍ଟ: ରାଜନାଥ ସିଂହ

ନୂଆଦିଲ୍ଲୀ: କେନ୍ଦ୍ର ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଇଣ୍ଡିଆ ମେଣ୍ଟ ଉପରେ ଆକ୍ରମଣ କରିଛନ୍ତି । ସିଜେପିର ପ୍ରଦର୍ଶନ କେବଳ ଦେଶରେ ଅରାଜକତା ସୃଷ୍ଟି କରି କ୍ଷମତା ହାସଲ ପାଇଁ ଉଦ୍ୟମ ଚାଲିଥିବା ଅଭିଯୋଗ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଦେଶର ଯୁବପିଢ଼ିଙ୍କୁ ଅରାଜକତାର ରାଜନୀତିରେ ମୋହରା ଭାବେ ବ୍ୟବହାର କରିବାକୁ ଚେଷ୍ଟା କରାଯାଉଥିବା କହିଛନ୍ତି ରାଜନାଥ ।

ରାଜନାଥ ସିଂହ କହିଛନ୍ତି, କିଛି ଲୋକ ବାଂଲାଦେଶର ଘଟଣାକ୍ରମରୁ ପ୍ରେରଣା ନେଇ ଭାରତରେ ମଧ୍ୟ ସେହି ଢାଞ୍ଚାରେ ସରକାର ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ଆଉ କିଛି ଲୋକ ଖୋଲାଖୋଲି ଭାବେ ସରକାରକୁ କ୍ଷମତାଚ୍ୟୁତ କରିବାକୁ ଆହ୍ୱାନ ଦେଉଛନ୍ତି । ଏଭଳି କାର୍ଯ୍ୟକଳାପର ମୂଳ ଉଦ୍ଦେଶ୍ୟ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ଦୁର୍ବଳ କରିବା ଏବଂ ଦେଶରେ ଅଶାନ୍ତି ସୃଷ୍ଟି କରିବା ବୋଲି ସେ ଅଭିଯୋଗ କରିଛନ୍ତି ।

ସେ ଆହୁରି କହିଛନ୍ତି, ଏହି ଆନ୍ଦୋଳନ ନିର୍ବାଚନ ସଂସ୍କାର ପାଇଁ ନୁହେଁ । ଏହାର ସମ୍ପର୍କ ଏସଆଇଆର୍ (SIR) କିମ୍ବା ଜ୍ଞାନେଶ କୁମାରଙ୍କ ସହ ମଧ୍ୟ ନାହିଁ । ଏପରିକି ଦେଶର ଯୁବପିଢ଼ିଙ୍କ ଉଜ୍ଜ୍ୱଳ ଭବିଷ୍ୟତ ମଧ୍ୟ ଏହାର ଉଦ୍ଦେଶ୍ୟ ନୁହେଁ । ଦେଶରେ ଅରାଜକତା ଓ ଅସ୍ଥିରତା ସୃଷ୍ଟି କରି କ୍ଷମତା ଦଖଲ କରିବା ହିଁ ଏହା ପଛରେ ଥିବା ପ୍ରକୃତ ଷଡ଼ଯନ୍ତ୍ର ବୋଲି ପ୍ରତିରକ୍ଷା ମନ୍ତ୍ରୀ ଅଭିଯୋଗ କରିଛନ୍ତି ।

ad-week
Leave A Reply

Your email address will not be published.