ଜେଲରୁ ମୁକୁଳିବେ ସିଜେପିର ଦୁଇ ନେତା, ପୋଲିସର ଆବେଦନ ଖାରଜ

puja26

ନୂଆଦିଲ୍ଲୀ: ତିହାର ଜେଲରୁ ମୁକୁଳିବେ ସୌରଭ ଓ ଆଶୁତୋଷ । ସିଜେପିର ଦୁଇ ପ୍ରମୁଖ ଚେହେରାଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ମନ୍ଦିର ମାର୍ଗର ସ୍ପେଶାଲ୍ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ କୋର୍ଟ । ଦୁଇ ନେତାଙ୍କ ନ୍ୟାୟିକ ହେପାଜତକୁ ନେଇ ଚାଲିଥିବା ଶୁଣାଣିରେ ସିଜେପିକୁ ବଡ଼ ଆଶ୍ବସ୍ତି ମିଳିଛି । ଆଜିର ଶୁଣାଣି ବେଳେ ଉଭୟଙ୍କ ଜେଲ ମିଆଦ ଆଉ ୩ଦିନ ବୃଦ୍ଧି ପାଇଁ ଆବେଦନ କରିଥିଲା ଦିଲ୍ଲୀ ପୋଲିସ । କିନ୍ତୁ ଏସଇଏମ କୋର୍ଟ ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛି । ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ବେଳେ ଅକ୍ଟୋବର ୧୩ରେ ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ପୋଲିସ ଗିରଫ କରିଥିଲା ।

ନିଷିଦ୍ଧାଞ୍ଚଳେ ଜନ୍ତରମନ୍ତରର ବେଆଇନ ପ୍ରବେଶ ନେଇ ସେମାନଙ୍କୁ ଗିରଫ ରଖାଯାଇଥିଲା । ପ୍ରଥମେ ସେମାନଙ୍କୁ ପାଞ୍ଚ ଦିନ ପାଇଁ ତିହାର ଜେଲକୁ ପଠାଯାଇଥିଲା । ଅକ୍ଟୋବର ୧୯ରେ ସ୍ବତନ୍ତ୍ର ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ କୋର୍ଟ ସେମାନଙ୍କ ହେପାଜତକୁ ଆଉ ଦୁଇ ଦିନ ବଢ଼ାଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ଦୁଇ ନେତା ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ଆଜି ହାଇକୋର୍ଟରେ ଶୁଣାଣି ପରେ ସେମାନେ ନିଜ ଆବେଦନ ପ୍ରତ୍ୟାହାର କରିଥିଲେ ।

ad-week
Leave A Reply

Your email address will not be published.