ଶେଷ ପର୍ଯ୍ୟାୟରେ ଭାରତ-ଆମେରିକା ନୂଆ ବାଣିଜ୍ୟ ଚୁକ୍ତି ଆଲୋଚନା: ଟ୍ରମ୍ପ

puja26

ୱାଶିଂଟନ: ଭାରତ ଓ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଚୁକ୍ତି ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡ଼ିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଭୟ ଦେଶ ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦେବାର ନିକଟତର ହୋଇଥିବା ସୂଚନା ଦେଇଛନ୍ତି। ସେହିପରି ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଆଶା ପ୍ରକାଶ କରିଛନ୍ତି ଯେ, ଆଗାମୀ କିଛି ସପ୍ତାହ ମଧ୍ୟରେ ଏହି ଚୁକ୍ତି ସମ୍ପୂର୍ଣ୍ଣ ହୋଇପାରେ। ତେବେ ଚୁକ୍ତିର ଚୂଡ଼ାନ୍ତ ସର୍ତ୍ତାବଳୀ ସମ୍ପର୍କିତ ବିବରଣୀ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଟ୍ରମ୍ପ କହିଛନ୍ତି, ଭାରତ ଚୁକ୍ତି କରିବାକୁ ଚାହୁଁଛି ଏବଂ ଉଭୟ ଦେଶ ଏହାକୁ ନେଇ ଆଗକୁ ବଢ଼ୁଛନ୍ତି। ଖୁବ୍‌ଶୀଘ୍ର ଚୁକ୍ତି ହେବ ବୋଲି ଆଶା ରହିଛି। ଏହି ଚୁକ୍ତି ପୂର୍ବରୁ ଆଲୋଚନା ହେଉଥିବା ଚୁକ୍ତିଠାରୁ ଭିନ୍ନ ହୋଇପାରେ ବୋଲି ମଧ୍ୟ ଟ୍ରମ୍ପ ସଙ୍କେତ ଦେଇଛନ୍ତି। ତେବେ ଏହାର ସ୍ବରୂପ କିମ୍ବା ସମ୍ଭାବ୍ୟ ପରିବର୍ତ୍ତନ ସମ୍ପର୍କରେ ସେ ବିସ୍ତୃତ ସୂଚନା ଦେଇନାହାନ୍ତି।ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏକ ସାକ୍ଷାତକାରରେ କହିଛନ୍ତି, ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଆଗାମୀ କିଛି ସପ୍ତାହ ମଧ୍ୟରେ ଚୂଡ଼ାନ୍ତ ହୋଇପାରେ। ଆଲୋଚନାରେ ଏବେ କିଛି ବୈଷୟିକ ଦିଗ ଓ ସର୍ତ୍ତାବଳୀକୁ ନେଇ କାମ ବାକି ରହିଛି। ଚୁକ୍ତିରେ ବ୍ୟବହୃତ ପ୍ରତ୍ୟେକ ଶବ୍ଦ ଓ ସର୍ତ୍ତକୁ ଉଭୟ ଦେଶ ଉପଯୁକ୍ତ ଭାବେ ବୁଝିବା ଏବଂ ସେଥିରେ ସହମତ ହେବା ଜରୁରୀ ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.