ସ୍ୱତନ୍ତ୍ର ଭିଜିଲାନ୍ସ ଟିମ୍ ଜବତ କଲା କୋଟିପତି ପୋଲିସ ଅଧିକାରୀଙ୍କ ବିଏମଡବ୍ଲୁ କାର

ଖଲ୍ଲିକୋଟ (୧୫/୦୨) : କଟକ କମିସନରେଟ ପୋଲିସର ଅତିରିକ୍ତ ପୋଲିସ ଅଧିକ୍ଷକ ତ୍ରିନାଥ ମିଶ୍ରଙ୍କ ଭିଜିଲାନସ ମାମଲାର ଖୋଳତାଡ ବେଳେ ଭିଜିଲାନ୍ସ ଟିମଙ୍କ ଅଗୋଚରରେ ତାଙ୍କ ପୁଅ ଏକ କୋଟି 20 ଲକ୍ଷ ଟଙ୍କାର ଦାମୀ କାର ସହ ଖଲ୍ଲିକୋଟ ଓଡିଆ ଆଳପୁର ଠାରେ ଥିବା ସ୍ୱସ୍ତି ରିସୋର୍ଟ ଠାରେ ଗତ 3 ଦିନ ଧରି ଅବସ୍ଥାନ କରୁଥିଲେ l

୬ ଜଣିଆ ଭିଜିଲାନ୍ସ ଟିମ ଜାଣିପାରି ଉକ୍ତ କାର ସହ ତାଙ୍କ ପୁଅକୁ ଧରି ଉଠାଇ ନେଇଥିବା ଜଣାପଡିଛି l ଭିଜିଲାନସ ଚଢ଼ାଉ ବେଳେ ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ଉପସ୍ଥିତ ଥିଲେ l ଭିଜିଲାନ୍ସ ଟିମ କୁ ଅଚାନକ ଦେଖି ଶ୍ରୀ ମିଶ୍ରଙ୍କ ପୁଅ ବାରମ୍ବାର ଅଚେତ ହୋଇପଡୁଥିବା ଏ ସୂତ୍ରରୂ ଜଣାପଡିଛି l

ad-week
Leave A Reply

Your email address will not be published.