୨୯ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

puja26

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ)ର ମୁଖ୍ୟ ଲିଖିତ ପରୀକ୍ଷା ଆସନ୍ତା ୨୯ ତାରିଖ ଠାରୁ ଆରମ୍ଭ ହେବ। ରାଜ୍ୟର ପ୍ରାୟ ୫୬୯୦ ଜଣ ପରୀକ୍ଷାର୍ଥୀ ଉକ୍ତ ପରୀକ୍ଷା ଦେବେ। ବିଭିନ୍ନ ଜୋନରେ ଓପିଏସ୍‌ସି ପକ୍ଷରୁ ପରୀକ୍ଷା ହେବାକୁ ଥିବାବେଳେ ନଭେମ୍ବର ୭ ତାରିଖରେ ଏହା ଶେଷ ହେବ। ପୂର୍ବାହ୍ଣ ୯ଟାରୁ ମଧ୍ୟାହ୍ନ ୧୨ଟା ଏବଂ ଅପରାହ୍ଣ ୨ଟାରୁ ୫ଟା ପର୍ଯ୍ୟନ୍ତ ଦୁଇଟି ସିଟିଂରେ ଏହି ପରୀକ୍ଷା କରାଯିବ। ଏଥିପାଇଁ ଶୁକ୍ରବାର ଠାରୁ ପରୀକ୍ଷାର୍ଥୀ ଆଡମିଟ୍‌ କାର୍ଡ ପାଇପାରିବେ। ଏ ନେଇ ଓପିଏସ୍‌ସି ପକ୍ଷରୁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି।

ଓପିଏସ୍‌ସି ପକ୍ଷରୁ ଜୁନ୍‌ ୭ରେ ଓସିଏସ ପ୍ରିଲିମ୍‌ନାରୀ ପରୀକ୍ଷା କରାଯାଇଥିଲା। କଟକ, ବାଲେଶ୍ବର, ଭୁବନେଶ୍ବର, ବ୍ରହ୍ମପୁର, ସମ୍ବଲପୁର ଓ ଜୟପୁର ଜୋନର ବିଭିନ୍ନ ପରୀକ୍ଷା କେନ୍ଦ୍ର ଆଶାୟୀ ପରୀକ୍ଷା ଦେଇଥିଲେ। ଜୁଲାଇ ୧୦ ତାରିଖରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଏଥିରେ ୫୬୯୦ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିବାବେଳେ ତନ୍ମଧ୍ୟରୁ ୧୯୦୫ ମହିଳା ପ୍ରାର୍ଥୀ ରହିଥିଲେ। ଉକ୍ତ କୃତୀ ପରୀକ୍ଷାର୍ଥୀ ଆସନ୍ତା ୨୯ରୁ ମୁଖ୍ୟ ଲିଖିତ ପରୀକ୍ଷା ଦେବେ। ପ୍ରଥମ ଦିନରେ ଓଡ଼ିଆ ଓ ଇଂରାଜୀ ବିଷୟରେ ପରୀକ୍ଷା ଅନୁଷ୍ଠିତ ହେବ। ସେହିଭଳି ୩୦ ତାରିଖରେ ରଚନା, ନଭେମ୍ବର ୨ରେ ଜେନେରାଲ ଷ୍ଟଡିଜ୍‌ ପେପର- ୧, ୨ ଓ ୩, ୪ ତାରିଖରେ ଜେନେରାଲ ଷ୍ଟଡିଜ୍‌ ପେପର ୩, ୪ ଓ ୫ ଏବଂ ୭ ତାରିଖରେ ବିଭିନ୍ନ ଇଚ୍ଛାଧୀନ ବିଷୟଗୁଡ଼ିକରେ ପରୀକ୍ଷା କରାଯିବ। ଏ ନେଇ ସବିଶେଷ ପରୀକ୍ଷା ସୂଚୀ ଓପିଏସ୍‌ସି ୱେବସାଇଟ୍‌ରେ ଜାରି କରାଯାଇଛି।

ad-week
Leave A Reply

Your email address will not be published.