୩ଶହ ଫୁଟ ଧସିଲା ବୈତରଣୀ ନଦୀବନ୍ଧ: ଭୟଭିତ ନଦୀକୂଳିଆ ପରିବାର

puja26

ଆରଡି: ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ସୁନ୍ଦରପୁର ଗାଁ ନିକଟ ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀର ମାଟି ବନ୍ଧରେ ଗତ ଶନିବାର ବିରାଟକାୟ ପ୍ରାୟ ୩ଶହ ଫୁଟ ଲମ୍ବର ଫାଟ ସୃଷ୍ଟି ହେଵା ସହ ୩ଫୁଟ ନଦୀ ଆଡ଼କୁ ଧସିବାରେ ଲାଗିଥିଲା। ହେଲେ ରବିବାର ସେହି ସ୍ଥାନରେ ପୁଣି ଵଡଵଡ ଫାଟ ସୃଷ୍ଟି ହେବା ସହିତ ନଦୀ ଆଡ଼କୁ ୫ଫୁଟ ତଳକୁ ଧସିଯାଇଛି। ଏପରି ନଦୀବନ୍ଧ ବାରମ୍ବାର ଧସୁଥିବାରୁ ଭୟଭିତ ହୋଇପଡିଛନ୍ତି ନଦୀକୂଳରେ ବସବାସ କରୁଥିବା ପରିବାର। ଯଦି ଏହି ନଦୀବନ୍ଧ ସମ୍ପୁର୍ଣ୍ଣ ଧସିଯାଏ ତାହାଲେ ସୁନ୍ଦରପୁର ଗାଁ ସହ ୪ଟି ପଞ୍ଚାୟତ ଯଥା ଆରଡି, ଓଳଗ, ସୁନ୍ଦରପୁର, ନାନ୍ଦପୁର ଅଞ୍ଚଳର ୨୪ଟି ଗାଁର ଲୋକଙ୍କର ବହୁ କ୍ଷତି ଘଟିଵାର ଆଶଙ୍କା ପ୍ରକାଶ ପାଇଛି ।

ଏପରିକି ଗତ ୨ଵର୍ଷ ମଧ୍ୟରେ ନଦୀବନ୍ଧ ସୁଦୃକରଣ ପାଇଁ ୧୦କୋଟି ଟଙ୍କା ଖର୍ଚ୍ଚ କରାଯାଇ ମାଟି ପ୍ୟାକିଙ୍ଗ କରାଯାଇଥିଲା। ହେଲେ ଯାହାକିଛି କାମ ହୋଇଥିଲା ତାହା ଠିକ ଭାବେ ନ ହେବାରୁ ଏପରି ସମସ୍ୟା ଦେଖାଦେଲା ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ ଆଣିଛନ୍ତି। ଏପରିକି ନଦୀବନ୍ଧର ଯଦି ସ୍ଥାୟୀ ମରାମତି କରା ନ ଯାଏ ତାହାଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଗାଁ ଲୋକ ଚେତାବନୀ ଦେଇଛନ୍ତି। ଏପରି ସମସ୍ୟା ବାବଦରେ ଧାମନଗର ଜଳସମ୍ପଦ ବିଭାଗର କନିଷ୍ଠଯନ୍ତ୍ରୀ ଵିମଲ ପ୍ରସାଦ ବେହେରାଙ୍କୁ ପଚାରିବାରୁ ବିଭାଗ ପକ୍ଷରୁ ଦୃବଳ ନଦୀବନ୍ଧ ଉପରେ ନଜର ରଖାଯାଇଛି। ଖୁବଶିଘ୍ର ଉପରିସ୍ଥ ଅଧିକାରୀ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ ବୋଲି ସେ କହିଛନ୍ତି। ଅନ୍ୟପଟେ ସାମ୍ଭାବ୍ୟ ଵାତ୍ୟା ପ୍ରଭାବରେ ବର୍ଷା ସହ ସମୁଦ୍ର ଜୁଆର ନଦୀରେ ପ୍ରବାହିତ ହେବାର ଆଶଙ୍କା ରହିଛି। ଯଦି ନଦୀବନ୍ଧର ମରାମତି କରା ନ ଯାଏ ତାହାଲେ ବର୍ଷା ଓ ଜୁଆର ପାଣିରେ ନଦୀବନ୍ଧ ଅତ୍ୟଧିକ କ୍ଷତିଗ୍ରସ୍ତ ହେବ ବୋଲି ଗାଁର ପୁରୁଖା ଲୋକ କହିଛନ୍ତି।

ad-week
Leave A Reply

Your email address will not be published.