
ଭୁବନେଶ୍ୱର : ମନ୍ଦିର ବେଢ଼ାରେ ଭୋଗ ଖାଇବାକୁ ନେଇ ଦୁଇ ଗାଁ ମଧ୍ୟରେ ଗଣ୍ଡଗୋଳ । ଆକ୍ରମଣ ଓ ପ୍ରତିଆକ୍ରମଣରେ ଲହୁଲୁହାଣ ହୋଇଛନ୍ତି ଏକାଧିକ ଲୋକ । ବଡ଼ ରଘୁନାଥପୁର ଓ ମଦନପୁର ଗାଁ ମଧ୍ୟରେ ଏହି ସଂଘର୍ଷ ଘଟିଛି । ଭୋଗ ଖାଇବାକୁ କେନ୍ଦ୍ର କରି ଆରମ୍ଭ ହୋଇଥିବା ବିବାଦ ଉଗ୍ରରୂପ ନେବା ପରେ ଉଭୟ ପକ୍ଷ ମଧ୍ୟରେ ଲାଠିମାଡ଼ ଓ ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି । ସଂଘର୍ଷରେ ଏକାଧିକ ଲୋକ ଆହତ ହୋଇଛନ୍ତି ।
ଖବର ଅନୁଯାୟୀ, ବଡ଼ ରଘୁନାଥପୁର ଓ ମଦନପୁର ଗାଁ ମଧ୍ୟରେ ଏହି ସଂଘର୍ଷ ଘଟିଥିବା ସୂଚନା। ଭୋଗ ଖାଇବାକୁ କେନ୍ଦ୍ର କରି ଆରମ୍ଭ ହୋଇଥିବା ବିବାଦ ଉଗ୍ରରୂପ ନେବା ପରେ ଉଭୟ ପକ୍ଷ ମଧ୍ୟରେ ଲାଠିମାଡ଼ ଓ ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି। ସଂଘର୍ଷରେ ଏକାଧିକ ଲୋକ ଆହତ ହୋଇଛନ୍ତି। ଉତ୍ତେଜନା ପରେ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି।ଖବର ପାଇ ଘଟଣାସ୍ଥଳରେ ଇନ୍ଫୋଭ୍ୟାଲି ଥାନା ପୋଲିସ ପହଞ୍ଚିଛି। ସ୍ଥିତି ନିୟନ୍ତ୍ରଣ ଓ ଘଟଣାର ତଦନ୍ତ ନେଇ ପୋଲିସର ପଦକ୍ଷେପ ଉପରେ ନଜର ରହିଛି।
ସେପଟେ ଘଟଣା ସଂପର୍କରେ ସ୍ଥାନୀୟ ପୋଲିସକୁ ତୁରନ୍ତ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା । କିନ୍ତୁ ସେତେବେଳକୁ ବିବାଦ ଉଗ୍ରରୂପ ନେଇସାରିଥିଲା । ଗଣ୍ଡଗୋଳ ହୋଇଥିଲା ସ୍ଥାନରେ ଏବେବି ଉତ୍ତେଜନା ଲାଗି ରହିଛି । ଅଧିକ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ସୂଚନା ମିଳିଛି ।
