କୋଟିଆବାସୀଙ୍କୁ ଆନ୍ଧ୍ର ଦେଉଛି ନୂଆ ନୂଆ ସ୍କିମ

add-all

କୋରାପୁଟ: ଫେବୃଆରୀ ୧୫: ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ଆନ୍ଧ୍ର ସରକାର କୋଟିଆବାସୀଙ୍କ ପାଇଁ ଦେଉଛନ୍ତି ନୂଆ ନୂଆ ସ୍କିମ । ଆଦିବାସୀଙ୍କୁ ବିଭିନ୍ନ ସ୍କିମ୍ ଦ୍ୱାରା ପ୍ରଲୋଭିତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି ଆନ୍ଧ୍ର ସରକାର। ଆନ୍ଧ୍ରର ଅଫିସରଙ୍କ କହିବା ମୁତାବକ ଏହା ଏକ ବିବାଦୀୟ ଅଞ୍ଚଳ, ଆମେ ସରକାରୀ କାମ କରିବାକୁ ଆସିଛୁ ଏଥିରେ ଅସୁବିଧା କଣ ?

ଖାଲି ଏତିକି ନୁହେଁ ତଳଗଂଜେଇପଦରର ଅନେକ ଗାଁରେ ଆନ୍ଧ୍ର ସରକାର ଘର ନମ୍ବରିଂ କରିବା ସହ ଫଳକ ବି ଲଗାଇଛନ୍ତି। ଲୋକଙ୍କୁ ଜଙ୍ଗଲ ଜମି ପଟ୍ଟା ବାଣ୍ଟିଛନ୍ତି। ବାର୍ଦ୍ଧକ୍ୟ ଭତ୍ତାରେ ମାସକୁ ୨୨୫୦ ଟଙ୍କା ସହ ରାସନ ସାମଗ୍ରୀରେ ଚାଉଳ ସାଙ୍ଗକୁ ଡାଲି, ତେଲ, କିରାସିନି ଘର ଦୁଆରେ ପହଞ୍ଚାଇବାର ବ୍ୟବସ୍ଥା କରିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା କଥା ସେମାନଙ୍କୁ ଓଡ଼ିଶା ପଟୁ କେବଳ ମୁଣ୍ଡ ପିଛା ୫ କେଜି ଚାଉଳ ମିଳୁଛି।

କେବଳ ବିଭିନ୍ନ ଯୋଜନାରେ ସାମିଲ କରିବା ନୁହେଁ, ମୌଳିକ ସୁବିଧା ଯୋଗାଇ ଦେବାରେ ବି ଆନ୍ଧ୍ରର ଛାପ କୋଟିଆରେ ଦେଖିବାକୁ ମିଳିବ। ଯେମିତି ତାଡ଼ିବାଲ୍ସା ଗାଁରେ ଆନ୍ଧ୍ର ଦ୍ୱାରା ନିର୍ମିତ ପାନୀୟ ଜଳ ପ୍ରକଳ୍ପ, ଏପରିକି ଅଙ୍ଗନବାଡ଼ି କେନ୍ଦ୍ର ବି ରହିଛି। ତେବେ ଏପରି ଭାବରେ ଅନେକ ସ୍କିମର ଲୋଭ ଦେଖାଇ କୋଟିଆବାସୀଙ୍କୁ ପ୍ରଲୋଭିତ କରୁଛି ଆନ୍ଧ୍ର ।

ad-week
Leave A Reply

Your email address will not be published.