୬୦ ହଜାର କର୍ମଚାରୀଙ୍କୁ ସ୍ୱେଚ୍ଛାକୃତ ଅବସର ପାଇଁ ପ୍ରସ୍ତାବ ଦେଲା ମାଇକ୍ରୋସଫ୍ଟ

puja26

ନ୍ୟୁୟର୍କ: ଟେକ୍ ଦିଗ୍ଗଜ ମାଇକ୍ରୋସଫ୍ଟ ନିଜର ସଂସ୍ଥାଗତ ପୁନର୍ଗଠନ ଓ ବ୍ୟୟ ନିୟନ୍ତ୍ରଣ ପାଇଁ ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛି। କମ୍ପାନୀ ତାର ସମୁଦାୟ ୨,୨୩,୦୦୦ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୨୭ ପ୍ରତିଶତ ଅର୍ଥାତ୍ ୬୦,୦୦୦ କର୍ମଚାରୀଙ୍କୁ ସ୍ୱେଚ୍ଛାକୃତ ଅବସର ବା ‘ଭୋଲୁଣ୍ଟାରୀ ରିଟାୟର୍ଡ’ ପ୍ରସ୍ତାବ ଦେଇଛି। ‘ ରିପୋର୍ଟ ଅନୁସାରେ, ଆମେରିକା, ଭାରତ, କାନାଡା ଏବଂ ବ୍ରିଟେନରେ କାର୍ଯ୍ୟରତ ଲେଭଲ-୭୦ କିମ୍ବା ତା’ଠାରୁ କମ୍ ପଦବୀରେ ଥିବା ସାଧାରଣ ମ୍ୟାନେଜର ଓ ଜେନେରାଲ କର୍ମଚାରୀମାନେ ଏହି ପ୍ରସ୍ତାବରେ ଆସିବେ।

କମ୍ପାନୀର ଚିଫ୍ ପିପୁଲ ଅଫିସର ଆମି କୋଲମ୍ୟାନ୍ କର୍ମଚାରୀମାନଙ୍କୁ ପଠାଇଥିବା ଏକ ମେମୋରେ ଦର୍ଶାଇଛନ୍ତି ଯେ, ଏହି ଅଫର କର୍ମଚାରୀମାନଙ୍କୁ ନିଜର ଭବିଷ୍ୟତ ବିକଳ୍ପ ବାଛିବାରେ ସାହାଯ୍ୟ କରିବ। ସିଧାସଳଖ ଛଟେଇ ଏଡାଇବା, ନମନୀୟତା ଆଣିବା ଏବଂ କମ୍ପାନୀର ଆବଶ୍ୟକତା ଅନୁସାରେ ମାନବସମ୍ବଳକୁ ପରିଚାଳିତ କରିବା ଏହାର ମୁଖ୍ୟ ଲକ୍ଷ୍ୟ। ଏହି ସ୍ୱେଚ୍ଛାକୃତ ଯୋଜନାରେ କର୍ମଚାରୀଙ୍କ ବୟସ, କାର୍ଯ୍ୟକାଳ କିମ୍ବା ପରଫରମାନ୍ସକୁ କୌଣସି ପ୍ରତିବନ୍ଧକ କରାଯାଇ ନାହିଁ। ଯୋଗ୍ୟ କର୍ମଚାରୀମାନଙ୍କୁ ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ନିଜର ନିଷ୍ପତ୍ତି ଜଣାଇବାକୁ କୁହାଯାଇଛି ଏବଂ ଆବେଦନ ଗ୍ରହଣ ହେଲେ ସେମାନେ ଡିସେମ୍ବର ୩୧ ସୁଦ୍ଧା କମ୍ପାନୀରୁ ବିଦାୟ ନେବେ।

ବର୍ତ୍ତମାନ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ ଡାଟା ସେଣ୍ଟର ଭିତ୍ତିଭୂମିରେ ମାଇକ୍ରୋସଫ୍ଟ ବିପୁଳ ପରିମାଣର ପୁଞ୍ଜି ନିବେଶ କରୁଛି। ଏହି AI କ୍ଷେତ୍ରରେ ଅଗ୍ରଗତି ବଜାୟ ରଖିବା ସହ ପରିଚାଳନାଗତ ଖର୍ଚ୍ଚ କମାଇବା ପାଇଁ କମ୍ପାନୀ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ପୂର୍ବରୁ ଚଳିତ ବର୍ଷ ଜୁଲାଇ ମାସରେ ମଧ୍ୟ କମ୍ପାନୀ ତାର ଗେମିଂ ଏବଂ ଅନ୍ୟାନ୍ୟ ବିଭାଗରୁ ପ୍ରାୟ ୪,୮୦୦ କର୍ମଚାରୀଙ୍କୁ ଛଟେଇ କରିଥିଲା।

ad-week
Leave A Reply

Your email address will not be published.