କୁଲାଙ୍ଗୀଙ୍କ ବଡ଼ ପଦବୀ ରେ ଗଞ୍ଜାମ ବାହୁଡା଼ କାହା ପାଇଁ ପୁଷ ମାସ ତ କାହା ପାଇଁ ସର୍ବନାଶ…..!

puja26


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବଡ଼ ବାବୁ ମାନଙ୍କ ପାଇଁ ବରଦାନ ସଦୃଶ୍ୟ ପାଲଟିଛି। ଯେଉଁ ବାବୁ ଥରେ ଗଞ୍ଜାମ ଜିଲ୍ଲା କୁ ଆସିଲେ ଜିଲ୍ଲାର ମୋହ ଭୁଲୁ ନାହାନ୍ତି। ଆର.ଡ଼ି.ସି ଭାବେ ପୁଣି ଗଞ୍ଜାମ ଜିଲ୍ଲା କୁ କୁଲାଙ୍ଗୀ ସାରଙ୍କୁ ରାଜ୍ୟ ସରକାର ନିଯୁକ୍ତି କରିଛନ୍ତି। ସାର ଗଞ୍ଜାମ ଜିଲ୍ଲାପାଳ ଥିବା ସମୟରେ କୁଆଡ଼େ ବହୁ ମୂଲ୍ୟବାନ ସରକାରୀ ଜମି କିଛି ବଛା ବଛା ପ୍ରଭାବ ଶାଳୀ ବ୍ୟକ୍ତି ଙ୍କୁ ୯୯ ବର୍ଷ ତ ୩୦ ବର୍ଷ ପାଇଁ ଲିଜରେ ଦେଇଥିବା ସମ୍ପର୍କ ରେ ଆଜି ସୁଦ୍ଧା ଚର୍ଚ୍ଚା ହୋଇ ଆସୁଛି। ସାର ଙ୍କ ପାଖ ଲୋକଙ୍କୁ ଅନୁକମ୍ପା ଦେଖାଇ ସରକାରୀ ଜମି ଲିଜ ଦେବାରେ ବଡ଼ ମାହିର ବୋଲି ଆଲୋଚନା ହେଉଛି। ଗଞ୍ଜାମ ଜିଲ୍ଲାର ଆସିକା, ବ୍ରହ୍ମପୁର, ଛତ୍ରପୁର, ସୋରଡ଼ା ହିଞ୍ଜିଳି ଆଦି ଅଞ୍ଚଳ ରେ ସରକାରୀ ଜମି ଲିଜ ରେ ହାତେଇବା ପାଇଁ ନୂତନ ଡବଲ ଇଞ୍ଜିନ ସରକାର ଆସିବା ପରେ ଜୋର ଉଦ୍ୟମ ହୋଇଆସୁଛି। କୋଟି କୋଟି ଟଙ୍କାର ସରକାରୀ ଜମିକୁ ଶାଗ ମାଛ ଦରରେ ପୂର୍ବରୁ ୯୯ ବର୍ଷିଆ ଲିଜ ଦେଇଥିବାର ନଜିର ରହିଛି। ସାରଙ୍କ ଗଞ୍ଜାମ ଜିଲ୍ଲାରେ ବଡ଼ ଦାୟିତ୍ୱ ଦେଇ ପୁଣି ସରକାର ନିଯୁକ୍ତି ଦେଇଥିବା ବେଳେ ଲୋକେ କାହାର ପୁଷ ମାସତ କାହାର ସର୍ବ ନାଶ ବୋଲି କହୁଛନ୍ତି।ଦେଖା ଯାଉ ଜମି ମାଫିଆ ମାନଙ୍କ ପକ୍ଷରୁ କେଉଁ କେଉଁ ସରକାରୀ ଜମି ଉପରେ ଲୋଲୁପ ଦୃଷ୍ଟି ପଡୁଛି ଦେଖିବାକୁ ବାକି ରହିଲା। ବର୍ତ୍ତମାନ ଜମି ମାଫିଆ ମାନଙ୍କ ପାଇଁ ପୁଷ ମାସ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ପୁଣି ଦକ୍ଷିଣା ଅଞ୍ଚଳ ଆର.ଡ଼ି.ସି ଭାବେ ଯୋଗ ଦେବା ପରେ ଜିଲ୍ଲା ରେ ଖୁସିର ଲହରି ଖେଳି ଯାଇଛି l

ad-week
Leave A Reply

Your email address will not be published.