ଆଉ ୫ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

add-all

ଭୁବନେଶ୍ୱର: ଦୁର୍ନୀତି ଓ ଅପାରଗତା ପାଇଁ ଆଉ ୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର। ଚଳିତ ମାସ ଆରମ୍ଭରେ ୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିବା ରାଜ୍ୟ ସରକାର ପୁଣି ଥରେ ନେଇଛନ୍ତି କଡ଼ା କାର୍ଯ୍ୟାନୁଷ୍ଠାନ । ଏହି ୫ ଜଣଙ୍କ ମଧ୍ୟରେ ପୋଲିସ ଡି.ଏସ୍.ପି, ଓଏଏସ୍ ଅଫିସର, ପୋଲିସ ଇନ୍ସପେକ୍ଟର ଓ ୨ ଜଣ ମ୍ୟୁନିସିପାଲଟି ଏକ୍ଜିକ୍ୟୁଟିଭ ଅଫିସର ରହିଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୫୧ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ ବା ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି । ଜନସାଧାରଣଙ୍କୁ ସ୍ୱଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି।

କଳାହାଣ୍ଡି IUCAW ଡିଏସ୍‌ପି ରବୀନ୍ଦ୍ର ସେଠୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ବଣାଇର ପୂର୍ବତନ ତହସିଲଦାର ସୁଶିଲ କୁମାର କୁଜୁରଙ୍କୁ ମଧ୍ୟ ସମ ଦଶା ଭୋଗିବାକୁ ପଡ଼ିଛି।

ସେହିପରି ବଲାଙ୍ଗିର ବଙ୍ଗମୁଣ୍ଡ ଥାନା ଇନ୍ସପେର ବିନୋଦ ନାୟକ, ବାସୁଦେବପୁର ପୌର ନିର୍ବାହୀ ଅଧିକାରୀ ତାପସ ଜେନା ଓ କରଞ୍ଜିଆ NAC ପୂର୍ବତନ ନିର୍ବାହୀ ଅଧିକାରୀ ବିଜୟ ନାୟକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ପୂର୍ବରୁ ଗତ ୮ ତାରିଖରେ ଆଉ ୫ ଜଣ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ ରାଜ୍ୟ ସରକାର।

ad-week
Leave A Reply

Your email address will not be published.