ଲେଡବନ୍ଧ ବ୍ରିଜ ଉପରେ ଦୁଇ ଫୁଟର ପାଣି, ୩୨୬ ନଂ ଜାତୀୟ ରାଜପଥ ବନ୍ଦ

puja26

ଗଜପତି : ମୋହନାସ୍ଥିତ ଲେଡବନ୍ଧ ବ୍ରିଜ ଉପରେ ଦୁଇ ଫୁଟ ଉଚ୍ଚତାରେ ବନ୍ୟା ପାଣି ପ୍ରବାହିତ ।  ଫଳରେ ଗଜପତି ଜିଲ୍ଲାର ଲାଇଫ ଲାଇନ କୁହାଯାଉଥିବା ୩୨୬ ନମ୍ବର ଜାତୀୟ ରାଜପଥକୁ ବନ୍ଦ କରିଛି ପ୍ରଶାସନ ।  ଏହି ରାଜପଥଟି କୋରାପୁଟ, ମାଲକାନଗିରି ଜୟପୁର, ରାୟଗଡା ସହ ବ୍ରହ୍ମପୁର ଓ ରାଜଧାନୀ ଭୁବନେଶ୍ୱରକୁ ସଂଯୋଗ କରୁଛି ।  ବ୍ରିଜ୍ ଉପରେ ପାଖାପାଖି ଦୁଇ ଫୁଟ ଉଚ୍ଚତାର ପାଣି ପ୍ରବାହିତ ହେଉଥିବାରୁ ଗାଡ଼ିମୋଟର ଯାତାୟତ ଠପ୍ ହୋଇଛି ।  ଦୁର୍ଘଟଣା ଆଶଙ୍କା କରି  ମୋହନା ପୋଲିସ, ବନ ବିଭାଗ ଓ ଗଜପତି ଆରଟିଓଙ୍କ ଉପସ୍ଥିତିରେ ରାସ୍ତାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି ।

ad-week
Leave A Reply

Your email address will not be published.