ଆସୁଛି ଆଉ ଏକ ଲଘୁଚାପ, ଦକ୍ଷିଣଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ

puja26

ଭୁବନେଶ୍ୱର: ବାତ୍ୟା ଅର୍ଣ୍ଣବ ଗଲା । ଆସୁଛି ଆଉ ଏକ ଲଘୁଚାପ । ଆଣ୍ଡାମାନ ସାଗରରେ ବଡ଼ ହଲଚଲ । ୨୪ ଘଣ୍ଟାରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ । ଦକ୍ଷିଣଆଣ୍ଡାମାନ ସାଗର ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଗତ ଦୁଇ ଦିନ ଧରି ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଯାହା ବାୟୁମଣ୍ଡଳର ମଧ୍ୟଭାଗ ଯାଏ ବ୍ୟାପିଛି । ପ୍ରଭାବରେ ୨୪ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ତେବେ ଏହି ଲଘୁଚାପ କେତେ ଶକ୍ତିଶାଳୀ ହେବ ଓ ପରବର୍ତ୍ତୀ ସମୟରେ କେଉଁ ଦିଗକୁ ଗତି କରିବ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଏହା ଅଧିକ ଘନୀଭୂତ ହେବ କି ନାହିଁ, ସେନେଇ ମଧ୍ୟ ଏବେଠାରୁ ନିଶ୍ଚିତ ଆକଳନ କରାଯାଇପାରିନାହିଁ । ତେଣୁ ଆଗାମୀ ଦିନରେ ପାଣିପାଗର ଗତିବିଧି ଉପରେ ନଜର ରହିବ ।

ad-week
Leave A Reply

Your email address will not be published.