ଗଞ୍ଜାମକୁ ବନ୍ୟା ମୁକାବିଲା ପାଇଁ ଅତିରିକ୍ତ ୨୦ କୋଟିର ସହାୟତା

puja26

ଗଞ୍ଜାମ: ବନ୍ୟା ପରିସ୍ଥିତିର ମୁକାବିଲା ଏବଂ ରିଲିଫ୍‌ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ପାଇଁ ଗଞ୍ଜାମ ଜିଲ୍ଲାକୁ ଅତିରିକ୍ତ ୨୦ କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯାଇଛି। ଏହି ଅର୍ଥ ବନ୍ୟା ମୁକାବିଲା ସମ୍ପର୍କିତ ଜରୁରୀକାଳୀନ କାର୍ଯ୍ୟ ଓ ପ୍ରଭାବିତ ଅଞ୍ଚଳରେ ଆବଶ୍ୟକ ସହାୟତା ପାଇଁ ବ୍ୟବହାର କରାଯିବ।

ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ଟ୍ୱିଟ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରେ ବନ୍ୟାଜନିତ ସ୍ଥିତିର ମୁକାବିଲା ପାଇଁ ଏହି ଅତିରିକ୍ତ ଅର୍ଥ ଯୋଗାଇ ଦିଆଯାଇଥିବା ସେ ଜଣାଇଛନ୍ତି। ଏହାଦ୍ୱାରା ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ଆଗକୁ ବଢ଼ାଇବାରେ ସହାୟତା ମିଳିବ।

ad-week
Leave A Reply

Your email address will not be published.