ପୋଖରୀରୁ ନିଖୋଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

puja26

ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ମାର୍ଶାଘାଇ ଥାନା ଅନ୍ତର୍ଗତ ଯଦୁପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ।  ଗତକାଲି ରାତିରୁ ନିଖୋଜ ଥିବା ଜଣେ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । ଆଜି ଘରଠାରୁ ପ୍ରାୟ ୨ଶହ ମିଟର ଦୂର ଏକ ପରିତ୍ୟକ୍ତ ପୋଖରୀରୁ ଉଦ୍ଧାର କରାଯାଇଛି ମୃତଦେହ । ତାଙ୍କ ବେକକୁ କେହି କାଟିଦେଇଥିବା ଦେଖିବାକୁ ମିଳିଛି ।

ମୃତା ଯୁବତୀ ଜଣକ ମାର୍ଶାଘାଇ କଲେଜରେ ଯୁକ୍ତ ୩ ତୃତୀୟ ବର୍ଷର ଛାତ୍ରୀ ଥିଲେ । ଏକତରଫା ପ୍ରେମକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ମାର୍ଶାଘାଇ ପୁଲିସ୍ ଘଟଣାସ୍ଥଳରେ ପହଁଚି ସାଇଣ୍ଟିଫିକ ଟିମ୍ ସହାୟତାରେ ଘର ନିକଟରେ ୪ଟି ସ୍ଥାନରେ ପଡ଼ିଥିବା ରକ୍ତ ଦାଗ ଓ ବିଭିନ୍ନ ଦିଗ ପ୍ରତି ଦୃଷ୍ଟି ଦେଇ ତଦନ୍ତ ଜାରି ରଖିଥିବା ବେଳେ, ଏକ ଧାରୁଆ ଛୁରୀ ମଧ୍ୟ ପଡିଥିବାର ଦେଖିବାକୁ ପାଇଛି ।

ad-week
Leave A Reply

Your email address will not be published.