ପଥରରେ ଛେଚି ବୃଦ୍ଧଙ୍କୁ ହତ୍ୟା

puja26

ଭଞ୍ଜନଗର:ଭଞ୍ଜନଗର ତାରାସିଂ ଥାନା ଅନ୍ତର୍ଗତ ବଦାଙ୍ଗି ଗୌଡ଼ ସାହିରେ ଜଘନ୍ୟ ହତ୍ୟାକାଣ୍ଡ । ଗୁଣିଗାରେଡ଼ି ସନ୍ଦେହରୁ ନିର୍ମମ ହତ୍ୟା । ମୃତକ ହେଉଛନ୍ତି ତ୍ରିନାଥ ଗୌଡ଼ । ସେ ସାହିରେ ଥିବା ଏକ ଚାଳ ଛପର ଘରେ ଏକୁଟିଆ ରହୁଥିଲେ । ତାଙ୍କୁ କେହି ଦୁର୍ବୃତ୍ତ ପଥରରେ ଛେଚି ହତ୍ୟା କରିଥିବା ଜଣାପଡ଼ିଛି । ତେବେ ହତ୍ୟା ପଛର ପ୍ରକୃତ କାରଣ ଏବଂ କିଏ ଏହି ହତ୍ୟାକାଣ୍ଡ ଘଟାଇଛି, ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି।

ସେପଟେ ଘଟଣା ସମ୍ପର୍କରେ ଖବର ପାଇ ଭଞ୍ଜନଗର ଅତିରିକ୍ତ ଆରକ୍ଷୀ ଅଧିକାରୀ ରଞ୍ଜନ ଦେଓଙ୍କ ସମେତ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି । ଗୁଣିଗାରେଡ଼ି ସନ୍ଦେହରୁ ହତ୍ୟା ହୋଇଥିବା ଆଶଙ୍କା କରି ବିଭିନ୍ନ ଦିଗରୁ ତଦନ୍ତ ଚାଲିଛି । ସାଇଣ୍ଟିଫିକ୍ ଟିମ୍ ପହଞ୍ଚିବା ପରେ ମୃତଦେହର ଯାଞ୍ଚ କରାଯିବ ଏବଂ ପରେ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୋଲିସ କହିଛି ।

ad-week
Leave A Reply

Your email address will not be published.