ରାଜ୍ୟରେ ଆଜି ୧୬୭୧ ଜଣ କରୋନାରୁ ସୁସ୍ଥ

add-all

ଭୁବନେଶ୍ୱର: ରାଜ୍ୟରେ ଆଜି ୧ ହଜାର ୬୭୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୨୩ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୧ ହଜାର ୪୬୭ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୧୪୮ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। କଟକରୁ ୯୫, ରାୟଗଡ଼ାରୁ ୮୪, କୋରାପୁଟରୁ ୭୪, ଅନୁଗୁଳରୁ ୭୧, ସମ୍ବଲପୁରରୁ ୫୬, ଢେଙ୍କାନାଳରୁ ୫୪, ଯାଜପୁରରୁ ୫୩, ମୟୂରଭଞ୍ଜରୁ ୫୨, ବରଗଡ଼ ଓ ଜଗତସିଂହପୁରରୁ ୫୧ ଜଣ ଲେଖାଏଁ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି କେନ୍ଦ୍ରାପଡ଼ାରୁ ୪୮, ଗଜପତିରୁ ୪୭, ଦେବଗଡ଼ରୁ ୩୯, କନ୍ଧମାଳରୁ ୩୮, ଭଦ୍ରକ, କେନ୍ଦୁଝରରୁ ୩୭ ଲେଖାଏଁ, ପୁରୀରୁ ୩୬, ନବରଂଗପୁର, ନୟାଗଡ଼ରୁ ୩୫ ଲେଖାଏଁ, ବଲାଙ୍ଗୀରରୁ ୩୨, ନୂଆପଡ଼ାରୁ ୨୫, ବାଲେଶ୍ୱରରୁ ୨୪, ସୁବର୍ଣ୍ଣପୁରରୁ ୨୨, ଗଂଜାମରୁ ୧୫, ବୌଦ୍ଧରୁ ୧୦, ଝାରସୁଗୁଡ଼ାରୁ ୯, କଳାହାଣ୍ଡିରୁ ୭, ମାଲକାନଗିରିରୁ ୩ ଓ ରାଜ୍ୟପୁଲରୁ ୬୦ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ ରାଜ୍ୟରେ ଆଜି ୯୨୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ad-week
Leave A Reply

Your email address will not be published.