ଶ୍ରୀମନ୍ଦିର ବାହାରେ ଅବାଧରେ ବିକ୍ରି ହେଉଛି ମହାପ୍ରସାଦ, ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ

kalipuja

ପୁରୀ: ଶ୍ରୀମନ୍ଦିର ବାହାରେ ଖୋଲାଖୋଲି ବିକ୍ରି ହେଉଛି ମହାପ୍ରସାଦ। ଉତ୍ତର ଦ୍ୱାର ନିକଟରେ ଦେଖିବାକୁ ମିଳିଲା ଦୃଶ୍ୟ । ଆନନ୍ଦ ବଜାର ନୁହେଁ, ବାହାରେ ମିଳୁଛି ଅବଢ଼ା । ବୋଝିଆଙ୍କ ସିଧାସଳଖ ବିକ୍ରିକୁ ନେଇ ବଢ଼ୁଛି ଉଦବେଗ । ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ହାଟ । ମନଇଚ୍ଛା ଦରରେ ବିକ୍ରି ହେଉଛି ଅନ୍ନ, ଡାଲି ଓ ବେସର । ବାହାରେ ମହାପ୍ରସାଦ ବିକ୍ରି ପାଇଁ ଅନୁମତି ଦେଇଛି କି ପ୍ରଶାସନ? ପ୍ରଶ୍ନ ଉଠାଇଲେ ଶ୍ରଦ୍ଧାଳୁ । ଆନନ୍ଦ ବଜାର ନୁହେଁ ଖୋଲାଖୋଲି ବିକ୍ରି ହେଉଛି ମହାପ୍ରସାଦ। ଏହି ଦୃଶ୍ୟକୁ ନେଇ ଉଦବେଗ ପ୍ରକାଶ ପାଇଛି । ଶ୍ରୀମନ୍ଦିର ଉତ୍ତର ଦ୍ଵାର ନିକଟରେ ଆଜି ଏହି ଦୃଶ୍ୟ ଦେଖିବାକୁ ମିଳିଛି। ସାଧାରଣତଃ ଶ୍ରୀମନ୍ଦିର ଆନନ୍ଦ ବଜାରରେ ଅବଢ଼ା ବା ମହାପ୍ରସାଦ ବିକ୍ରି ହୋଇଥାଏ।

ସେହିପରି ବରାଦି ଅବଢ଼ାକୁ ବୋଝିଆ ମାନେ ମହାପ୍ରସାଦ ଆଣି ବିଭିନ୍ନ ଗାଡ଼ିରେ ରଖିଥାନ୍ତି। ଏହା ପୁରୀ ଜିଲ୍ଲା ତଥା ଓଡ଼ିଶାର ବିଭିନ୍ନ ସ୍ଥାନକୁ ଯାଇଥାଏ। କିନ୍ତୁ ଏବେ ବୋଝିଆ ମାନେ ମହାପ୍ରସାଦ ଆଣି ବାହାରେ ବିକ୍ରି କରୁଛନ୍ତି। ବୋଝିଆମାନେ ମହାପ୍ରସାଦ ସିଧାସଳଖ ବିକ୍ରି କରୁଛନ୍ତି ନା ଆଉ କାହା ନିର୍ଦ୍ଦେଶରେ ବିକ୍ରି ହେଉଛି, ତାହା ସ୍ପଷ୍ଟ ହୋଇନାହିଁ। ବୋଝିଆମାନେ ଖଲି ପତ୍ରରେ ଅନ୍ନ,ଡାଲି,ବେସର ,ମହୁର ବିକ୍ରି କରୁଛନ୍ତି । ଏହାର କୌଣସି ନିର୍ଦ୍ଧିଷ୍ଟ ଦର ନାହିଁ । ବାହାରେ ସହଜରେ ମହାପ୍ରସାଦ ମିଳିଯାଉଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ବାହାରେ ଏହି ମହାପ୍ରସାଦ ବିକ୍ରି ପାଇଁ ସୁଆର ମହାସୁଆର ନିଯୋଗ କି ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେଇଛି କି ? ଏହାକୁ ନେଇ ପ୍ରଶ୍ନ ଉଠିଛି ।

ad-week
Leave A Reply

Your email address will not be published.