ବାଣ ଫୁଟାଇବା ବେଳେ ବିସ୍ଫୋରଣ ଘଟି ବାଳକର ମୃତ୍ୟୁ

kalipuja

​ରାଉରକେଲା: ରାଉରକେଲା ସହରରୁ ଏକ ଅତ୍ୟନ୍ତ ମର୍ମନ୍ତୁଦ ଓ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ରଘୁନାଥପାଲି ଥାନା ଅଧୀନସ୍ଥ କୌଶଲ୍ୟା ବିହାର ଅଞ୍ଚଳରେ ବାଣ ଫୁଟିବା ସମୟରେ ଘଟିଥିବା ଏକ ଦୁର୍ଘଟଣାରେ ଜଣେ ୧୪ ବର୍ଷୀୟ ବାଳକଙ୍କର ମୃତ୍ୟୁ ହୋଇଛି। ​ପ୍ରାପ୍ତ ସୂଚନା ଅନୁଯାୟୀ, ମୃତ ବାଳକ ଜଣକ ହେଲେ କୌଶଲ୍ୟା ବିହାରର ଚିନ୍ମୟ ସାହୁ। ସେ ବାଣ ଫୁଟାଉଥିବା ସମୟରେ ହଠାତ୍ ବାଣଟି ବିସ୍ଫୋରଣ ହୋଇଯାଇଥିଲା। ଏହି ଭୟଙ୍କର ବିସ୍ଫୋରଣ ଫଳରେ ସେ ଗୁରୁତର ଭାବରେ ପୋଡ଼ି ଯାଇ ଆହତ ହୋଇଥିଲେ। ​ପରିବାରବର୍ଗ ଏବଂ ସ୍ଥାନୀୟ ଲୋକମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ରାଉରକେଲା ସରକାରୀ ଡାକ୍ତରଖାନା କୁ ପଠାଇଥିଲେ। ମାତ୍ର ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ​ଏହି ଅପ୍ରତ୍ୟାଶିତ ଓ ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବାବେଳେ ସବିଶେଷ ତଥ୍ୟକୁ ଅପେକ୍ଷା କରାଯାଇଛି।

ad-week
Leave A Reply

Your email address will not be published.