ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ: ସୁରକ୍ଷାରେ ମୁତୟନ ହେବେ ୪୭ ପ୍ଲାଟୁନ୍ ଫୋର୍ସ

kalipuja

ଭୁବନେଶ୍ୱର: ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜଧାନୀ ଭୁବନେଶ୍ୱର ଓ କଟକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଉପରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ମୋଟ ୪୭ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ। ଏଥିସହ ବରିଷ୍ଠ ପୁଲିସ ଅଧିକାରୀଙ୍କ ତତ୍ତ୍ୱାବଧାନରେ ସୁରକ୍ଷା ବ୍ୟବସ୍ଥାର ସମସ୍ତ ଦିଗକୁ ଯାଞ୍ଚ କରାଯାଉଛି।

ସୋମବାର ସକାଳ ୯ଟା ୧୫ ମିନିଟ୍‌ରେ ଉପରାଷ୍ଟ୍ରପତି ଶ୍ରୀ ରାଧାକୃଷ୍ଣନ ଭୁବନେଶ୍ୱରରେ ପହଞ୍ଚିବେ। ଏହାପରେ ସେ ବିଧାନସଭାରେ ଆୟୋଜିତ ବିଧାୟକମାନଙ୍କ ତାଲିମ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ତାଙ୍କର ଯୋଗଦାନକୁ ଦୃଷ୍ଟିରେ ରଖି ବିଧାନସଭା ପରିସର ଓ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି।
ସେହିପରି ଉପରାଷ୍ଟ୍ରପତି ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର ଆଇକନିକ୍ ଟାୱାର ଉଦ୍‌ଘାଟନ କରିବେ। ଅନ୍ୟପକ୍ଷରେ ଗସ୍ତ ପୂର୍ବରୁ ଆର୍‌ଓ ଗ୍ରାଉଣ୍ଡରେ ପୁଲିସ ଓ ସୁରକ୍ଷାକର୍ମୀଙ୍କ ପକ୍ଷରୁ ବ୍ରିଫିଂ ଏବଂ ରିହର୍ସାଲ୍ କରାଯାଇଛି।

ad-week
Leave A Reply

Your email address will not be published.