
ନୂଆଦିଲ୍ଲୀ : ଫିଲିପାଇନ୍ସର ମାନିଲାଠାରେ ମୋଦି – ଟ୍ରମ୍ପ ଭେଟଘାଟ । କ୍ୱାଡ୍ ନେତାଙ୍କ ଶିଖର ସମ୍ମିଳନୀ । ଉପସ୍ଥିତ ଥିଲେ ଜାପାପ ପ୍ରଧାନମନ୍ତ୍ରୀ ତାକାଇଚି ଓ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ । ଆସିଆନ୍ ଶିଖର ସମ୍ମିଳନୀ ଅବସରରେ ଔପଚାରିକ ଆଲୋଚନା ପୂର୍ବରୁ ଫଟୋ ସେସନ୍ ବେଳେ ମୋଦିଙ୍କୁ ପ୍ରଶଂସା କରିଥିଲେ ଟ୍ରମ୍ପ । ସମସ୍ତ କ୍ବାଡ୍ ନେତାଙ୍କ ଉପରେ ମନ୍ତବ୍ୟ ଦେଇଥିଲେ ଆମେରିକା ରାଷ୍ଟ୍ରପତି ।
ଆଲୋଚନା ବେଳେ ଟ୍ରମ୍ପ ତିନିଜଣ କ୍ୱାଡ୍ ପ୍ରତିପକ୍ଷଙ୍କୁ ଅସାଧାରଣ ବ୍ୟକ୍ତି ଏବଂ ଘନିଷ୍ଠ ବନ୍ଧୁ ବୋଲି ବର୍ଣ୍ଣନା କରିଥିଲେ । ସେମାନଙ୍କର ଦୀର୍ଘଦିନର ବ୍ୟକ୍ତିଗତ ସମ୍ପର୍କ ଚାରି ଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ କରିବାରେ ସାହାଯ୍ୟ କରେ ବୋଲି କହିଥିଲେ ଟ୍ରମ୍ପ । ୨୦୨୪ ପରେ ଏହା ପ୍ରଥମ କ୍ୱାଡ୍ ସମ୍ମିଳନୀ । ଏହି ବୈଠକରେ ନେତାମାନେ ମୁକ୍ତ ଏବଂ ଅବାଧ ଇଣ୍ଡୋ-ପାସିଫିକ୍ ଅଞ୍ଚଳ ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ ।
ଏଥିରେ ବିରଳ ଖଣିଜ ଯୋଗାଣ ଶୃଙ୍ଖଳା, ସାମୁଦ୍ରିକ ସୁରକ୍ଷା, ବିପର୍ଯ୍ୟୟ ମୁକାବିଲା ଏବଂ ଏକ ନୂତନ କ୍ୱାଡ୍ ଏଆଇ ଆକ୍ସିଲେରେଟର ପଦକ୍ଷେପ ଉପରେ ସହଯୋଗକୁ ଗୁରୁତ୍ୱ ଦିଆଯାଇଥିଲା । କ୍ବାଡକୁ ଗଠନମୂଳକ ଓ ବିଶ୍ବସ୍ତ ସହଭାଗିତା କହିଲେ ମୋଦି । ସଦସ୍ୟ ରାଷ୍ଟ୍ରମାନଙ୍କୁ ସେମାନଙ୍କ ସହଯୋଗର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସ୍ଥିର କରିବାକୁ ଆହ୍ୱାନ ଦେଇଛନ୍ତି ମୋଦି । ଚାଲିଥିବା ଆମେରିକା-ଭାରତ ବାଣିଜ୍ୟ ଚୁକ୍ତି ଆଲୋଚନା ମଧ୍ୟରେ ଏବଂ ଆପେକ୍ ଶିଖର ସମ୍ମିଳନୀ ପାଇଁ ଟ୍ରମ୍ପଙ୍କ ଚୀନ୍ ଗସ୍ତର ଠିକ୍ ପୂର୍ବରୁ ମୋଦି-ଟ୍ରମ୍ପ ବାର୍ତ୍ତାଳାପ ହୋଇଛି। ଯାହାକୁ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି ।
