ହୃଦଘାତରେ TVK ବିଧାୟକ ଭି.ଏସ୍. ବାବୁଙ୍କ ପରଲୋକ

kalipuja

ଚେନ୍ନାଇ : ଟିଭିକେ ବିଧାୟକ ଭି.ଏସ୍. ବାବୁଙ୍କର ଦେହାନ୍ତ ହୋଇଛି । ଚେନ୍ନାଇର ଏକ ହସପିଟାଲରେ ଅପରାହ୍ନ ୨ଟା ୨୪ ମିନିଟରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ତେବେ ହୃଦ୍ଘାତ ଯୋଗୁଁ ତାଙ୍କର ପରଲୋକ ହୋଇଥିବା ଜଣାପଡ଼ିଛି । ଶ୍ୱାସଜନିତ ଦୀର୍ଘକାଳୀନ ରୋଗରେ ପୀଡ଼ିତ ଥିଲେ ।

ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ଥିବାରୁ ସେପ୍ଟେମ୍ବର ୯ ତାରିଖରେ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଗୁରୁତର ଅବସ୍ଥାରେ ଆଇସିୟୁରେ ଚିକିତ୍ସାଧୀନ ଥିଲେ । ତେବେ ଶେଷରେ ତାଙ୍କର ହୃଦ୍ଘାତ ହେବାରୁ ଗୁରୁବାର ଅପରାହ୍ନରେ ତାଙ୍କର ଦେହାନ୍ତ ହୋଇଛି ।

ଭି.ଏସ୍. ବାବୁ ତାମିଲନାଡୁ ରାଜନୀତିର ଜଣେ ଅଭିଜ୍ଞ ନେତା ଥିଲେ । ୨୦୦୬ ମସିହାରେ ସେ ଡିଏମକେ (DMK) ପ୍ରାର୍ଥୀ ଭାବେ ପୁରସୱାଲକମ୍ ଆସନରୁ ବିଜୟୀ ହୋଇଥିଲେ । ସେହି ନିର୍ବାଚନରେ ସେ ଏଆଇଏଡିଏମ୍କେ ପ୍ରାର୍ଥୀଙ୍କୁ ୯୦ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ପରାସ୍ତ କରିଥିଲେ । ୨୦୦୬ରୁ ୨୦୧୧ ପର୍ଯ୍ୟନ୍ତ ସେ ବିଧାୟକ ରହିଥିଲେ ।

ଏମ୍.କେ. ଷ୍ଟାଲିନଙ୍କ ନିକଟତର ଥିବା ବାବୁ ୨୦୨୬ ଫେବ୍ରୁଆରୀ ୭ ତାରିଖରେ ଡିଏମକେ ଛାଡ଼ି ଅଭିନେତା ବିଜୟଙ୍କ ଦଳ ଟିଭିକେରେ ଯୋଗ ଦେଇଥିଲେ । ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନରେ ସେ କୋଲାଥୁର ଆସନରୁ ଲଢ଼ି ଏମ୍.କେ. ଷ୍ଟାଲିନଙ୍କୁ ପରାସ୍ତ କରିଥିଲେ ।

ad-week
Leave A Reply

Your email address will not be published.