କାର୍-ବାଇକ୍ ମୁହାଁମୁହିଁ ଧକ୍କା: ଦୁଇ ମୃତ, ଦୁଇ ଗୁରୁତର

kalipuja

ନୀଳଗିରି : କାର୍ ବାଇକ୍ ମୁହାଁମୁହିଁ ଧକ୍କା । ଦୁଇ ମୃତ, ଦୁଇ ଗୁରୁତର । ବାଲେଶ୍ୱର ନୀଳଗିରି ଉପଖଣ୍ଡ ବାଉଁଶନାଳ ଛକ ଠାରେ ମର୍ମତୁନ୍ତ ସଡ଼କ ଦୁର୍ଘଟଣା । ମୃତ ଦୁଇଜଣ ହେଲେ ପୋଡ଼ାଶୁଳ ବରିପାଳ ଅଞ୍ଚଳର ମାନସିଂ ସୋରେନ ଓ କୁଶ ସିଂ । କାର୍ ମାଲିକଙ୍କ ଘର ନୀଳଗିରି ଅଞ୍ଚଳର ବୋଲି ଜଣାପଡିଛି ।

କାରଟି ନୀଳଗିରିରୁ ସଜନାଗଡ଼ ଯାଉଥିବା ବେଳେ ଦୁଇ ବାଇକ୍ ଆରୋହୀ ସଜନାଗଡ଼ରୁ ନୀଳଗିରୀ ଆସୁଥିଲେ । ବାଉଁଶନାଳ ଛକ ଠାରେ ମୁହାଁମୁହିଁ ଧକ୍କା ହୋଇଥିଲା । କାରଟି ଆଗ ବନେଟ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ବାଇକଟି ସମ୍ପୂର୍ଣ ଭାଙ୍ଗିଯାଇଛି । ଘଟଣା ସଂପର୍କରେ ନୀଳଗିରି ପୋଲିସକୁ ଖବର ଦେବା ପରେ ପୋଲିସ ପହଞ୍ଚି ଚାରି ଜଣକୁ ଉଦ୍ଧାର କରି ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । ଡାକ୍ତର ଦୁଇ ଜଣଙ୍କ ମୃତ୍ୟୁ ଘୋଷଣା କରିଥିବା ବେଳେ ଦୁଇଜଣ ଅଧିକ ଗୁରୁତର ହୋଇଥିବାରୁ ସେମାନଙ୍କୁ ଫକିରମୋହନ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି ।

ad-week
Leave A Reply

Your email address will not be published.