କୋଟିଆରେ ଆନ୍ଧ୍ରର ନିର୍ବାଚନୀ ତତ୍ପରତା: ୩ ଦିନରେ ୫୮ ପ୍ରାର୍ଥୀଙ୍କ ନାମାଙ୍କନ; ସଜାଗ ଓଡ଼ିଶା ପ୍ରଶାସନ

kalipuja

କୋରାପୁଟ : କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆ ଅଞ୍ଚଳରେ ଆନ୍ଧ୍ରର ନିର୍ବାଚନୀ ତତ୍ପରତା ଦିନକୁ ଦିନ ଜୋରଦାର ହେବାରେ ଲାଗିଛି। ଡିସେମ୍ବର ୨ ତାରିଖରେ ହେବାକୁ ଥିବା ଆନ୍ଧ୍ର ନିର୍ବାଚନକୁ ନେଇ ଚାଲିଥିବା ନାମାଙ୍କନ ପ୍ରକ୍ରିୟାର ତୃତୀୟ ଦିନରେ ୪ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଗଞ୍ଜେପଦରରୁ ଜଣେ, ଫଗୁଣସିନେରିରୁ ୨ ଜଣ ଏବଂ ଫାଟୁସିନେରିରୁ ଜଣେ ପ୍ରାର୍ଥୀ ନାମାଙ୍କନ କରିଛନ୍ତି। ତିନି ଦିନରେ ମୋଟ ୧୨ ଜଣ ସରପଞ୍ଚ ଓ ୪୬ ଜଣ ୱାର୍ଡ ସଭ୍ୟ ପ୍ରାର୍ଥୀ ନାମାଙ୍କନ କରିଥିବା ସୂଚନା ମିଳିଛି।

କୋଟିଆରେ ଆନ୍ଧ୍ରର ନିର୍ବାଚନୀ ପ୍ରକ୍ରିୟାକୁ ନେଇ ରାଜନୈତିକ ଉଷ୍ମତା ବଢ଼ୁଥିବା ବେଳେ, ନାମାଙ୍କନ ପ୍ରକ୍ରିୟା ମଧ୍ୟ ଜୋର ଧରିଛି। ଏପଟେ ଆନ୍ଧ୍ରର ନିର୍ବାଚନୀ ପ୍ରକ୍ରିୟାକୁ ନେଇ ଓଡ଼ିଶା ପ୍ରଶାସନ ମଧ୍ୟ ପୂରା ସଜାଗ ରହିଛି। ଡିସେମ୍ବର ୧ ଓ ୨ ତାରିଖରେ କୋଟିଆରେ ଓଡ଼ିଶା ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସହ ପ୍ରଶାସନିକ ଉପସ୍ଥିତି ବଢ଼ାଇବାକୁ ପ୍ରସ୍ତୁତି ଚାଲିଛି। କୋଟିଆର ସମ୍ବେଦନଶୀଳ ଅଞ୍ଚଳ ଉପରେ ରହିଛି ପୋଲିସ ଓ ପ୍ରଶାସନର ତୀକ୍ଷ୍ଣ ନଜର। ବିଭିନ୍ନ ସ୍ଥାନରେ ଚେକପୋଷ୍ଟ , ପୋଲିସ ପାଟ୍ରୋଲିଂ ଓ ଫ୍ଲାଗମାର୍ଚ୍ଚ ଜରିଆରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ତେବେ ନିର୍ବାଚନ ସମୟରେ କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ଯେପରି ସୃଷ୍ଟି ନହୁଏ, ସେଥିପାଇଁ ସୀମାନ୍ତ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଆନ୍ଧ୍ରର ନିର୍ବାଚନୀ ପ୍ରକ୍ରିୟାକୁ ନେଇ ଓଡ଼ିଶା ନିଜର ପ୍ରଶାସନିକ ଓ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରୁଥିବା ବେଳେ, ଆସନ୍ତା ଡିସେମ୍ବର ୧ ଓ ୨ ତାରିଖରେ କୋଟିଆରେ ଓଡ଼ିଶା ପକ୍ଷରୁ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି।

ad-week
Leave A Reply

Your email address will not be published.