ଭିଜିଲାନ୍ସ ଜାଲରେ ଏନ.ଏ.ସି. କର୍ମଚାରୀ, ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡିଲେ

add-all

ପଦ୍ମପୁର: ଭିଜିଲାନ୍ସ ଜାଲରେ ଏନ.ଏ.ସି. କର୍ମଚାରୀ। ବରଗଡ଼ ଜିଲ୍ଲା ପଦ୍ମପୁର ଏନ.ଏ.ସିର ଜଣେ କର୍ମଚାରୀ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଏନ.ଏ.ସି କର୍ମଚାରୀ ଦୀନବନ୍ଧୁ ପଣ୍ଡା ପଦ୍ମପୁରର ଜଣେ ବ୍ୟକ୍ତି ସନ୍ତୋଷ ପୃଷ୍ଟିଙ୍କ ଠାରୁ ଘର ହୋଲଡିଂ ଟ୍ୟାକ୍ସ କରାଇ ଦେବାକୁ କହି ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଗିରଫ କରିଛି।

ସନ୍ତୋଷ ପୃଷ୍ଟି ଉକ୍ତ ବ୍ୟକ୍ତିଙ୍କ ଠାରୁ ଟଙ୍କା ଲାଞ୍ଚ ନେଉଥିବା ଜଣାଇ ଭିଜିଲାନ୍ସ କାର୍ଯ୍ୟାଳୟରୁ ରଙ୍ଗ ଦିଆ ନୋଟ ଆଣିଥିଲେ। ଆଜି ସନ୍ତୋଷ ପୃଷ୍ଟି କର୍ମଚାରୀ ଦୀନବନ୍ଧୁ ପଣ୍ଡାଙ୍କୁ ଟଙ୍କା ଦେଉଥିବା ସମୟରେ ବରଗଡ଼ ଭିଜିଲାନ୍ସର ଏକ ଟିମ ଚଢ଼ାଉ କରି ତାଙ୍କୁ ଧରିଛନ୍ତି। ବର୍ତ୍ତମାନ ଭିଜିଲାନ୍ସ ତରଫରୁ ତାଙ୍କ ଘର ଓ କାର୍ଯ୍ୟାଳୟରେ ଚଢ଼ାଉ ସହ ଯାଞ୍ଚ କରୁଛି।

ad-week
Leave A Reply

Your email address will not be published.