ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହେଲେ ଡାକ୍ତର

add-all

ଭୁବନେଶ୍ୱର: ଭିଜିଲାନ୍ସ ଇତିହାସରେ ରେକର୍ଡ। ଡାକ୍ତରଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ଜଳକା ପାଲଟି ଯାଇଛନ୍ତି। କାକଟପୁର ଚାରିଛକରେ କାର୍ଯ୍ୟରତ ଡାକ୍ତର ସୁକାନ୍ତ ଜେନା ଗିରଫ ହୋଇଛନ୍ତି। ଲାଞ୍ଚ ନେବା ବେଳେ ଧରାପଡ଼ିବା ପରେ ଡାକ୍ତରଙ୍କ କଳାଟଙ୍କାର ଗୁମର ଫିଟିଛି। ଭୁବନେଶ୍ୱର ପଟିଆରେ ରେଡ୍‌ କରି ବିପୁଳ ପରିମାଣର ଟଙ୍କା ଜବତ କରିଛି ଭିଜିଲାନ୍ସ।

ଡାକ୍ତରଙ୍କ ଘରୁ ନଗଦ କୋଟିଏରୁ ଅଧିକ ଟଙ୍କା ଜବତ ହୋଇଛି। ଟଙ୍କାର ପରିମାଣ ଏତେ ଅଧିକ ଯେ, ଗଣିବାକୁ ଭୁବନେଶ୍ୱର ପଟିଆସ୍ଥିତ ଘରେ ମେଶିନ ଲାଗିଥିଲା।

ସୂଚନାଯୋଗ୍ୟ, ଅପରେଶନ ପାଇଁ ପ୍ରସୂତିଙ୍କ ସମ୍ପର୍କୀୟଙ୍କଠାରୁ ଲାଞ୍ଚ ନେଉଥିବାବେଳେ ଡାକ୍ତର ସୁକାନ୍ତଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ତାଙ୍କୁ ଗିରଫ କରିବା ପରେ ଭୁବନେଶ୍ୱର ପଟିଆ ଘରେ ରେଡ୍‌ ଜାରି ରଖିଛି ଭିଜିଲାନ୍ସ। ଭିଜିଲାନ୍ସ ଇତିହାସରେ ଜଣେ ଡାକ୍ତରଙ୍କ ଘରୁ ଏତେ ପରିମାଣର ଟଙ୍କା ପୂର୍ବରୁ କେବେ ଜବତ ହୋଇ ନ ଥିଲା।

ad-week
Leave A Reply

Your email address will not be published.