ଜାହାଜରେ ଲାଗିଲା ନିଆଁ, ବୁଡିଗଲା ୩,୯୫୬ଟି ଦାମୀ କାର୍‌

add-all

ନୂଆଦିଲ୍ଲୀ: ଆଟଲାଣ୍ଟିକ୍ ମହାସାଗରରେ ଜଳିଗଲା ଲାମ୍ବୋରଗିନି, ପୋର୍ସ, ଅଡି ଭଳି ଦାମୀ କାର ବୋଝେଇ କାର୍ଗୋ ଜାହାଜ। ଜାହାଜଟି ମହାସାଗରର ଅକାତ କାତ ପାଣି ଭିତରେ ଜଳିଯାଇଥିଲା। ଆଟଲାଣ୍ଟିକ୍ ମହାସାଗରର ଏଜୋରେସ ଆଇଲ୍ୟାଣ୍ଡ ନିକଟରେ ଜାହାଜରେ ନିଆଁ ଲାଗିଯାଇଥିଲା। ବୁଧବାର ଅପରାହ୍ଣରେ ଏହି ଦୁର୍ଘଟଣା ହୋଇଥିଲା।
ଭକ୍ସଓ୍ୱାଗନ କଂପାନିର ସୂଚନା ଅନୁଯାୟୀ ଜାହାଜରେ ୩ ହଜାର ୯୬୫ଟି ଦାମୀ ତଥା ଲଗ୍‌ଜୁରୀ କାର ଥିଲା। ସେହିପରି ଜାହାଜରେ ପୋର୍ସ କଂପାନୀର ୧୧ଶହ କାର ଥିଲା। ତେବେ କାର୍‌ ଗୁଡିକ ସମୁଦ୍ରର ଗଭୀର ପାଣି ଭିତରେ ବୁଡି ଯାଇଥିବା ବେଳେ ଜାହାଜରେ ଥିବା ୨୨ କ୍ରୁ ମେମ୍ବରଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି। ଉକ୍ତ ଜାହାଜଟି ଜର୍ମାନୀର ଇଡେନ୍‌ରୁ ଆସୁଥିଲା। ଏହି ସମୟରେ ଏଭଳି ଦୁର୍ଘଟଣା ଘଟିଛି।
ପର୍ତ୍ତୁଗିଜ୍ ନୌସେନା ଓ ବାୟୁସେନା ଏହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ପର୍ତ୍ତୁଗିଜ୍ ନୌସେନାର ସୂଚନା ଅନୁଯାୟୀ ଜାହାଜଟି ସଂପୂର୍ଣ୍ଣ ଜଳିବା ପୂର୍ବରୁ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଏକ ହୋଟେଲ୍‌ରେ ରଖାଯାଇଛି। ତେବେ ଜାହାଜରେ କିଭଳି ନିଆଁ ଲାଗିଲା ସେ ନେଇ କିଛି ସୂଚନା ମିଳିନାହିଁ। ସମୁଦ୍ର ମଝିରେ ଜଳୁଥିବା ଏହି ଜାହାର ଫଟୋକୁ ପର୍ତ୍ତୁଗିଜ୍ ନୌସେନା ସୋଶାଲ ମିଡିଆରେ ଶେଆର କରିଛି। ଦୁର୍ଘଟଣାଗ୍ରସ୍ତ ହୋଇଥିବା କୋର୍ଗୋ ଜାହାଜର ନାଁ ଫେଲିସିଟି ଏସ୍‌ ଥିବା ଜଣାପଡିଛି।
ସୂଚନା ମୁତାବକ, ୨୦୧୯ରେ ବି ଆମେରିକାରେ ଏଭଳି ଦୁର୍ଘଟଣା ଘଟିଥିଲା। ଏକ କାର ବୋଝେଇ କାର୍ଗୋ ଜାହାଜ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ୨ ହଜାର ବିଳାସପୂର୍ଣ୍ଣ କାର୍‌ ନଷ୍ଟ ହୋଇଯାଇଥିଲା।

ad-week
Leave A Reply

Your email address will not be published.